Below header

ଲୋନ୍ ପାଇଁ ଗଲେ ଚା’ ଦୋକାନୀ, ବ୍ୟାଙ୍କ କର୍ତ୍ତୃପକ୍ଷ କହିଲେ ତୁମ ନାଁରେ ୫୦ କୋଟିର ଲୋନ୍ ରହିଛି ଆଗେ ପଇଠ କର

ଚା’ ଦୋକାନୀଙ୍କ ନାମରେ ୫୦ କୋଟିର ଲୋନ୍‌ । ଶୁଣି ଚକିତ ହୋଇଯାଇଥିବେ ନିଶ୍ଚୟ । ନିଜର ଛୋଟ ଚା’ ଦୋକାନ ପାଇଁ ଏକ ଲୋନ୍‌ ଆବେଦନ କରିଥିଲେ ଏହି ଦୋକାନୀ । ବ୍ୟାଙ୍କ୍‌କୁ ଯେତେବେଳେ ଲୋନ୍‌ ପାଇଁ ଯାଆନ୍ତି, ତାଙ୍କ ନାମରେ ୫୦ କୋଟିର ଲୋନ୍‌ ଥିବାରୁ ତାଙ୍କୁ ଲୋନ୍‌ ଦିଆଯାଇ ପାରିବନି ବୋଲି କହିଥିଲେ ମ୍ୟାନଜର । ଏହା ଶୁଣି ଦୋକାନୀ ଜଣକ ସ୍ଥାଣୁ ପାଲଟି ଯାଇଥିଲେ । ସେ କେତେବେଳେ ଓ କେମିତି ଲୋନ୍‌ ନେଲେ ତାହା ତାଙ୍କ ବୁଝିବା ବାହାରେ ଥିଲା ।

ଏମିତି ଘଟଣା ଘଟିଛି ହରୟାନାର କୁରୁକ୍ଷେତ୍ରରେ । ଏଠାରେ ରାସ୍ତା କଡ଼ ଏକ ଠେଲାରେ ଛୋଟ ଚା’ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରନ୍ତି ରାଜକୁମାର । କରୋନା କାଳରେ ଚା’ ଦୋକନ ମାନ୍ଦାରେ ଚାଲୁଛି । ତେଣୁ ଆଉ କିଛି କରି ପରିବାର ଚଳାଇବା ପାଇଁ ସେ ଏକ ଲୋନ୍‌ ପାଇଁ ବ୍ୟାଙ୍କ୍‌ରେ ଆବେଦନ କରିଥିଲେ । ହେଲେ ବ୍ୟାଙ୍କ୍‌ ତାଙ୍କ ଲୋନ୍‌ ଆବେଦନକୁ ଖାରଜ କରିଦେଇଥିଲେ ।

 


ରାଜକୁମାର ଯେତେବେଳେ ଲୋନ୍‌ ସମ୍ପର୍କରେ ବ୍ୟାଙ୍କ୍‌କୁ ବୁଝିବାକୁ ଗଲେ ଜାଣିବାକୁ ପାଇଲେ ଯେ ତାଙ୍କ ନାମରେ ୫୦ କୋଟି ଟଙ୍କାର ଲୋନ୍‌ ଅଛି । ତେଣୁ ତାଙ୍କୁ ଲୋନ୍‌ ଦିଆଯାଇ ପାରିବ ନାହିଁ । ଏକଥା ଶୁଣିବା ପରେ ରାଜକୁମାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କ ମୁଣ୍ଡରେ ବଜ୍ର ପଡ଼ିଲା ଭଳି ଲାଗିଲା ।

ସେ କ’ଣ କରିବେ କିଛି ବୁଝି ପାରି ନଥିଲେ । ରାସ୍ତା କଡ଼ରେ ଏକ ଠେଲାରେ ଚା’ ବିକୁଥିବା ରାଜକୁମାରଙ୍କ ମୁଣ୍ଡରେ ସତେ ଯେମିତି ଚଡ଼କ ପଡ଼ିଥିଲା । ଘଟଣାଟିର ଏବେ ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.