ହ୍ୟାଣ୍ଡ ସାନିଟାଇଜରର ଅଧିକ ବ୍ୟବହାର ନେଇପାରେ ଜୀବନ, ଚେତାଇଲେ ଭାରତ ସରକାର

ହ୍ୟାଣ୍ଡ ସାନିଟାଇଜରକୁ ନେଇ ଚେତାବନୀ ଜାରି କରାଯାଇଛି। ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ସରକାରଙ୍କ ତରଫରୁ କେତେକ ପରାମର୍ଶ ଦିଆଯାଇଛି। ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର ଓ ବାହାରକୁ ବାହାରିବା ବେଳେ ମୁହଁରେ ମାସ୍କ ବ୍ୟତୀତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପରାମର୍ଶ ଦିଆଯାଉଛି। ତେବେ ନିକଟରେ ସାନିଟାଇଜରକୁ ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଉ ଏକ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିକ ସାନିଟାଇଜର ବ୍ୟବହାର କରିବା ହାନିକାରକ ସାବ୍ୟସ୍ତ ହୋଇପାରେ ବୋଲି ଚେତାବନୀ ଦେଇଛନ୍ତି।

ଅତିରିକ୍ତ ମହାନିର୍ଦ୍ଦେଶକ ସ୍ୱାସ୍ଥ୍ୟ ସେବା ଡା.ଆରକେ ବର୍ମା କହିଛନ୍ତି ଏହା ଏକ ଅଦ୍ଭୁତ ସମୟ। କେହି କେବେ ଚିନ୍ତା ବି କରିନଥିଲେ ପ୍ରକୃତିର ଏକ ଭାଇରସ୍‌ର ପ୍ରକୋପ ଏତେ ଅଧିକ ହେବ। ନିଜକୁ ସୁରକ୍ଷିତ ରଖିବା ପାଇଁ ମାସ୍କ ବ୍ୟବହାର କରନ୍ତୁ। ବାରମ୍ବାର ଗରମ ପାଣି ପିଅନ୍ତୁ ଓ ହାତକୁ ଭଲ ଭାବେ ଧୁଅନ୍ତୁ। ସାନିଟାଇଜର ଅଧିକ ବ୍ୟବହାର କରନ୍ତୁ ନାହିଁ।

Coronavirus: Abu Dhabi Police issues warning on misuse of hand ...

ତେବେ ପୂର୍ବରୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଇଥିଲେ ଯେ ହ୍ୟାଣ୍ଡ ସାନିଟାଇଜରର ଅଧିକ ବ୍ୟବହାର କଲେ ତ୍ୱଚାକୁ ସୁସ୍ଥ ରଖୁଥିବା ବ୍ୟାକ୍ଟେରିଆ ମରିଯାଆନ୍ତି। ତେବେ ଘରେ ଥିବା ବେଳେ ସାନିଟାଇଜର ବଦଳରେ ସାବୁନ ଓ ପାଣିରେ ହାତ ଧୋଇବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.