ରାଜଧାନୀରେ ୧୬୩ ନୂଆ ପଜିଟିଭ ଚିହ୍ନଟ, ୨୦୦୦କୁ ୯ ବାକି

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୧୬୩ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୪ ଜଣ କ୍ଵାରେଣ୍ଟାଇନ ସେଣ୍ଟରର ଥିବା ବେଳେ ୫୯ ଟି ଲୋକାଲ କେଶ ରହିଛି । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ବିଏମସି କତ୍ତୃପକ୍ଷ । କହିରଖିବା ଉଚିତ ହେବକି ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୯୧ ରେ ପହଁଚିଥିବା ବେଳେ ସେମଧ୍ୟରୁ ୧୦୬୯ ଟି ଆକ୍ଟିଭ କେଶ ରହିଛି । ଯେବେକି ୯୦୯ ଜଣ ସୁସ୍ଥ ହୋଇ ଫେରିଛନ୍ତି । ରାଜଧାନୀରେ ୧୧ ଜଣଙ୍କ ଜୀବନ ନେଇ ସାରିଲାଣି ଏହି ମାରାତ୍ମକ ଭାଇରସ । ଭୁବନେଶ୍ଵରସ୍ଥିତ ଖାରବେଳ ନଗରରୁ ୮ ଜଣ ଚିହ୍ନଟ ହୋଇଥିବା ବେଳେ, ୟୁନିଟ-୪ ଅଂଚଳର ୭ ଜଣ ଅଛନ୍ତି ।

ୟୁନିଟ-୧ ଏରିଆର ୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୟାପଲ୍ଲୀରୁ ୧୩ ଜଣ ଅଛନ୍ତି । ଯେବେକି ରାଜଧାନୀର ପାଣ୍ଡରା ଅଂଚଳରୁ ୧୧ଟି ନୂଆ ପଜିଟିଭ କେସ ଚିହ୍ନଟ ହୋଇଥିବା ଜଣାଯାଇଛି । ଭାରତପୁର ଅଂଚଳର ୭ ଜଣ ଥିବା ଜଣାଯାଇଛି । ଏହା ବାଦ ରାଜଧାନୀର ବିଭିନ୍ନ ଅଂଚଳରୁ ମଧ୍ୟ ଅନେକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରିପୋର୍ଟ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.