Below header

ନାବାଳକ ସମର୍ଥ ଅପହୃତ ଓ ହତ୍ୟା ମାମଲା, ଆଉ ଜଣକୁ ଉଠାଇ ନେଇ ଅଟକ ରଖିଲା ପୋଲିସ

ପୋଲିସ ଆଗରେ କେମିତି ଅପହରଣ କରିଥିଲେ କେମିତି ହତ୍ୟା କରିଥିଲେ ଡେମୋ କରି ଦେଖାଇଛନ୍ତି ଅଭିଯୁକ୍ତ । ଏହି ମାମଲାରେ ଅଭିଯୁକ୍ତଙ୍କ ସହଯୋଗୀକୁ ବୁର୍ଲାରୁ ଆଣି ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

ଝାରସୁଗୁଡ଼ା(କେନ୍ୟୁଜ୍): ସରବାହାଲରୁ ନାବାଳକ ସମର୍ଥ ଅପହୃତ ଓ ହତ୍ୟା ମାମଲାରେ ଆଉ ଜଣେ ଅଟକ। ଝାରସୁଗୁଡ଼ା ପୋଲିସ ବୁର୍ଲାରୁ ଆଉ ଜଣକୁ ଉଠାଇ ନେଇ ଅଟକ ରଖିଛି। ଅପହରଣ ପରେ ସଂପୃକ୍ତ ବ୍ୟକ୍ତିଙ୍କ ଘରେ ସମର୍ଥକୁ ଲୁଚାଇ ରଖାଯାଇଥିବା ସୂଚନା ମିଳିଛି। ପୂର୍ବରୁ ଏହି ଘଟଣାରେ ଅଭିଯୁକ୍ତ ଅମିତ ଶର୍ମା ଓ ଦୀନେଶ ଅଗ୍ରୱାଲଙ୍କୁ ତିନି ଦିନିଆ ରିମାଣ୍ଡରେ ଅଣାଯାଇଛି। ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଛି ପୋଲିସ । ପ୍ରଥମେ ଝାରସୁଗୁଡା ସ୍ଥିତ ଅମିତଙ୍କ ଘର ଓ ଦୋକାନକୁ ନେଇଥିଲା ତଦନ୍ତକାରୀ ଟିମ । ଅପହରଣ କରି ସମର୍ଥଙ୍କୁ ଅମିତଙ୍କ ଘରେ ବାନ୍ଧି ରଖା ଯାଇଥିଲା ବୋଲି ଜଣାପଡିଛି । ଏହା ପରେ ବୁର୍ଲା ନିଆ ଯାଇଛି ।

ବୁର୍ଲାରେ ତାଙ୍କ ପରିଚିତଙ୍କ ଘରକୁ ନିଆ ଯାଇଥିଲା । ଭେଡେନ ନିଆ ଯାଇ ସେଠାରେ ତାଙ୍କୁ ହତ୍ୟା କରି ପୋଡ଼ି ଦିଆ ଯାଇଥିଲା । ପୋଲିସ ଆଗରେ କେମିତି ଅପହରଣ କରିଥିଲେ କେମିତି ହତ୍ୟା କରିଥିଲେ ଡେମୋ କରି ଦେଖାଇଛନ୍ତି ଅଭିଯୁକ୍ତ । ଏହି ମାମଲାରେ ଅଭିଯୁକ୍ତଙ୍କ ସହଯୋଗୀକୁ ବୁର୍ଲାରୁ ଆଣି ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଗତ ୨୭ ତାରିଖ ଅପରାହ୍ନରେ ଖେଳିବାକୁ ଯାଇ ସରବାହାଲର ୧୦ମ ଶ୍ରେଣୀ ଛାତ୍ର ସମର୍ଥ ନିଖୋଜ ଥିଲେ। ସ୍କୁଟିରେ ଘରୁ ଯିବା ପରେ ଆଉ ଫେରି ନଥିଲେ । ୨୮ତାରିଖ ସକାଳେ ବରଗଡ଼ ଜିଲ୍ଲା ଭେଡେନ୍‌ ଥାନା ଖୁଣ୍ଟୁଲିପାଲି ବିଦ୍ୟୁତ ଗ୍ରୀଡ଼ ପାଖରୁ ଅର୍ଦ୍ଧଦଗ୍ଘ ମୃତଦେହ ଉଦ୍ଧାର ହୋଇଥିଲା। ସମର୍ଥଙ୍କୁ ମୁକ୍ତି ପାଇଁ ୫୦ ଲକ୍ଷ ଟଙ୍କା ଦେବାକୁ ଫୋନରେ ପରିବାର ଲୋକଙ୍କୁ ମାଗିଥିଲେ ଅପହରଣକାରୀ । ୫୦ରୁ ଅଧିକ ସିସିଟିଭି ଯାଞ୍ଚ କରିବା ପରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.