ଇଟାଲୀରେ ‘ଇଂରାଜୀ’ କହିବା ମନା, ଧରାପଡ଼ିଲେ ଗଣିବେ ୮୯ ଲକ୍ଷ ଜରିମାନା

ଇଟାଲୀ ସରକାର ଦେଶରେ ଏକ ଅଲଗା ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି, ଯାହା ଅଧୀନରେ ଇଟାଲୀର ଲୋକମାନେ ନିଜ ଦେଶରେ ଇଂରାଜୀ କିମ୍ବା ଅନ୍ୟ କୌଣସି ବିଦେଶୀ ଭାଷା ବ୍ୟବହାର କରିପାରିବେ ନାହିଁ।

ଇଟାଲୀ ସରକାର ବିଦେଶୀ ଭାଷାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ଦେଶରେ ଏକ ଅଲଗା ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି, ଯାହା ଅଧୀନରେ ଇଟାଲୀର ଲୋକମାନେ ନିଜ ଦେଶରେ ଇଂରାଜୀ କିମ୍ବା ଅନ୍ୟ କୌଣସି ଭାଷା ବ୍ୟବହାର କରିପାରିବେ ନାହିଁ। ଏପରି କଲେ ସେମାନଙ୍କୁ ମୋଟା ଅଙ୍କର ଜରିମାନା ଲାଗିବ। କହି ରଖୁଛୁ ଯେ ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନିଙ୍କ ବ୍ରଦର୍ସ ଅଫ୍ ଇଟାଲୀ ପାର୍ଟି ଦ୍ୱାରା ଏହି ଆଇନ ପ୍ରଣୟନ ହେବାକୁ ଯାଉଛି।

ପ୍ରଧାନମନ୍ତ୍ରୀଙ୍କ ଦଳ ଦ୍ୱାରା ଉପସ୍ଥାପିତ ହୋଇଥିବା ବିଲ୍‌କୁ ନେଇ ସଂସଦରେ ବିତର୍କ ହେବ, ଯଦି ସେଠାରୁ ଏହା ପାରିତ ହୁଏ, ତେବେ ଇଟାଲୀରେ ଇଂରାଜୀ ସମେତ ଅନ୍ୟାନ୍ୟ ବିଦେଶୀ ଭାଷାର ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିବ।

ରିପୋର୍ଟ ମୁତାବକ, ଯଦି କୌଣସି ଇଟାଲୀୟ ନାଗରିକ ନିଜର ସରକାରୀ ଯୋଗାଯୋଗ ସମୟରେ ଇଂରାଜୀ କିମ୍ବା ଅନ୍ୟ ବିଦେଶୀ ଭାଷା ବ୍ୟବହାର କରନ୍ତି, ତା’ ହେଲେ ସେମାନଙ୍କୁ ନୂଆ ଆଇନ ଅଧୀନରେ ୧୦୦,୦୦୦ ୟୁରୋ (୮୯,୩୩,୪୫୮ ଲକ୍ଷ ଟଙ୍କା) ଜରିମାନା ଦେବାକୁ ପଡିବ।

ଇଟାଲିୟନ ଚାମ୍ବର ଅଫ୍ ଡେପୁଟିଜ୍‌ (ଲୋୟର ହାଉସ୍) ରେ ଫାବିଓ ରାମ୍‌ପେଲି ଏହି ନିୟମ କରିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନି ସମର୍ଥନ କରିଥିଲେ। ବିଲ୍‌ ଉପସ୍ଥାପନ କରି ସେ କହିଥିଲେ ଯେ କୌଣସି ବି ବିଦେଶୀ ଭାଷା, ଖାସ୍‌କରି ‘ଏଗ୍ଲୋମେନିଆ’ କିମ୍ବା ଇଂରାଜୀ ଶବ୍ଦର ବ୍ୟବହାର ଇଟାଲିୟନ ଭାଷାକୁ ଅପମାନିତ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.