ନିର୍ମାଣାଧୀନ ବିଲିଡିଂରୁ ଖସିଲା ଲୁହା ରଡ, ଯୁବକଙ୍କ ଶରୀରରେ ହେଲା ଆରପାର

ମୁମ୍ବାଇର ବଦଲାପୁରରେ ଏକ ନିର୍ମାଣାଧୀନ ବିଲିଡିଂରୁ ଲୁହା ରଡ ଖସିପଡିବାରୁ ଯୁବକ ଗୁରୁତର ଆହତ ହୋଇଛନ୍ତି। ଲୁହାରଡ ଯୁବକଙ୍କ ଶରୀରରେ ଆରପାର ହୋଇଯାଇଛି । ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି ।

ମୁମ୍ବାଇର ବଦଲାପୁରରେ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଏକ ନିର୍ମାଣାଧୀନ ବିଲିଡିଂରୁ ଲୁହା ଖସି ଯୁବକଙ୍କ ଦେହରେ ଆରପାର ହୋଇଯାଇଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅପରେସନ କରି ଯୁବକଙ୍କ ଦେହରୁ ରଡ କଢାଯାଇଛି । ଯୁବକଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ମୁମ୍ବାଇରୁ ୫୦ କିମି ଦୂର ବଦଲାପୁର ଠାରେ ଏକ ହାଉସିଂ ପ୍ରୋଜେକ୍ଟ ଚାଲିଥିଲା। ବଦଲାପୁରର ପୂର୍ବ ପନଭେଲକର ରାଜମାର୍ଗ ପାଖରେ ଠାଣେକର ପେଲେସିୟା ଆବାସ ଯୋଜନା କାମ ଚାଲିଥିବା ବେଳେ ଏଠାରେ ଥିବା ଏକ ଦୋକାନ ବାହାରେ ଜଣେ ବ୍ୟକ୍ତି ସିସିଟିଭି କ୍ୟାମେରା ଲଗାଉଥିଲା ।

ଏହି ବିଲିଡିଂର ୮ ମହଲାରୁ ଏକ ଲୁହା ରଡ ତଳକୁ ଖସିପଡିଥିଲା । ଯାହା ସିସିଟିଭି ଲଗାଉଥିବା ବ୍ୟକ୍ତିଙ୍କ ଦେହରେ ଆରପାର ହୋଇଯାଇଥିଲା। ଏହି ଘଟଣା ପରେ ସେଠାରେ ଉପସ୍ଥିତ ଥିବା ଲୋକେ ଦୌଡି ଯାଇ ଗୁରୁତର ଯୁବକଙ୍କୁ ଗାନ୍ଧୀ ଛକ ସ୍ଥିତି ହସପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କର ଅପରେସନ କରି ରଡକୁ ବାହାର କରିଥିଲେ । ତେବେ ଏବେ ଯୁବକଙ୍କ ସ୍ୱାସ୍ଥ୍ୟ ଭଲ ରହିଥିବା ଖବର ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.