ଅମ୍ବାନୀ ପରିବାରରେ ପୁଣି ଆସିବ କୁନି ଅତିଥି, ବୋହୂ ଶ୍ଲୋକା ଦ୍ୱିତୀୟ ଥର ଗର୍ଭବତୀ

ମୁକେଶ ଅମ୍ବାନୀ ପୁଣିଥରେ ଜେଜେବାପା ହେବାକୁ ଯାଉଛନ୍ତି। ତାଙ୍କ ବୋହୂ ଶ୍ଲୋକା ମେହେତା ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି। ଆକାଶ ଅମ୍ବାନୀ ଓ ଶ୍ଲୋକାଙ୍କର ଚାରି ବର୍ଷ ପୂର୍ବେ ୨୦୧୯ରେ ବିବାହ ହୋଇଥିଲା।

ମୁକେଶ ଅମ୍ବାନୀ ପୁଣିଥରେ ଜେଜେବାପା ହେବାକୁ ଯାଉଛନ୍ତି। ତାଙ୍କ ବୋହୂ ଶ୍ଲୋକା ମେହେତା ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି। ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ରର ଉଦ୍‌ଘାଟନୀ ଉତ୍ସବରେ ଆକାଶ ଅମ୍ବାନୀ ଓ ତାଙ୍କ ପତ୍ନୀ ଶ୍ଲୋକା ପାପାରାଜି ସାମ୍ନାକୁ ଆସିଥିଲେ। ଏହି ସମୟରେ ସେ ନିଜ ବେବି ବମ୍ପ୍‌ ଫ୍ଲଣ୍ଟ କରିଥିଲେ।

ଏହି ଅବସରରେ ଶ୍ଲୋକା ମେହେତା ଏକ ସୁନ୍ଦର ଲେହେଙ୍ଗା ପିନ୍ଧିଥିଲେ। ସେ ଏମ୍ବ୍ରୋଡୋରୀ କାମ ଥିବା ଗ୍ରେ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ନିଜ ଲୁକ୍‌କୁ ଆକର୍ଷଣୀୟ କରିବା ପାଇଁ ସେ ହେଡ୍‌ ପିସ୍‌ ପିନ୍ଧିଥିଲେ। ଏତିକି ନୁହେଁ, ହୀରା ଅଳଙ୍କାର ମଧ୍ୟ ତାଙ୍କ ଲୁକ୍‌କୁ ରାଜକୀୟ କରୁଥିଲା।

ସେଲିବ୍ରିଟି ମେକଅପ୍ ଆର୍ଟିଷ୍ଟ ପୁନିତ୍‌ ବି ସାଇନି ଶ୍ଲୋକା ମେହେତାଙ୍କର ଅନେକ ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଫଟୋ ସେୟାର କରି ସେ ଲେଖିଛନ୍ତି, ‘ଉଜ୍ଜ୍ୱଳ ଏବଂ ସୁନ୍ଦର। ବହୁତ ଜଲ୍‌ଦି ମା’ ହେବାକୁ ଯାଉଛନ୍ତି…ବହୁତ ସୁନ୍ଦର ଶ୍ଲୋକା ମେହେତା’। ଇଭେଣ୍ଟ୍‌ରେ ଶ୍ଲୋକା ମେହେତା ଶ୍ୱଶୁର ମୁକେଶ ଅମ୍ବାନୀ ଓ ସ୍ୱାମୀ ଆକାଶ ଅମ୍ବାନୀଙ୍କ ସହିତ ପହଞ୍ଚିଥିଲେ।

କହି ରଖୁଛୁ, ଆକାଶ ଅମ୍ବାନୀ ଓ ଶ୍ଲୋକା ମେହେତାଙ୍କର ଚାରି ବର୍ଷ ପୂର୍ବେ ୨୦୧୯ରେ ବିବାହ ହୋଇଥିଲା। ଉଭୟଙ୍କର ଦୁଇ ବର୍ଷର ପୁଅ ଅଛି, ଯାହାର ନାଁ ପୃଥ୍ଵୀ। ଏବେ ପୁଣିଥରେ ଅମ୍ବାନୀ ପରିବାରରେ ନୂଆ ଅତିଥି ଆସିବାକୁ ଯାଉଛି।