ଅନବରତ କ୍ଷୀର ଝରୁଛି ମହିଳାଙ୍କ କେଶରୁ, ଏହା ଅଲୌକିକ ନା ଆଉ କିଛି

ମହିଳାଙ୍କ କେଶରୁ ଝରୁଛି କ୍ଷୀର ! କଥାଟା ନିହାତି ଭାବେ ଆପଣଙ୍କୁ ବିସ୍ମୟ କରୁଥିବ । ଆଶ୍ଚର୍ଯ୍ୟ କରିଦେବା ଭଳି କଥାଟା ମଧ୍ୟ, ଆପଣ ଭାବୁଥିବେ ଏହା କେମିତି ସମ୍ଭବ । ମହିଳାଙ୍କ କେଶରୁ ଏମିତି ଅନବରତ କ୍ଷୀର କେମିତି ଝରିପାରିବ । କିନ୍ତୁ ଏ ଚିତ୍ର ତ ସେଇୟା କହୁଛି । ଠପ ଠପ୍‌ ହୋଇ କ୍ଷୀର ଝରିପଡୁଛି ମହିଳାଙ୍କ କେଶରୁ ।

ପଦ୍ମପୁର (କେନ୍ୟୁଜ) : ମହିଳାଙ୍କ କେଶରୁ ଝରୁଛି କ୍ଷୀର ! କଥାଟା ନିହାତି ଭାବେ ଆପଣଙ୍କୁ ବିସ୍ମୟ କରୁଥିବ । ଆଶ୍ଚର୍ଯ୍ୟ କରିଦେବା ଭଳି କଥାଟା ମଧ୍ୟ, ଆପଣ ଭାବୁଥିବେ ଏହା କେମିତି ସମ୍ଭବ । ମହିଳାଙ୍କ କେଶରୁ ଏମିତି ଅନବରତ କ୍ଷୀର କେମିତି ଝରିପାରିବ । କିନ୍ତୁ ଏ ଚିତ୍ର ତ ସେଇୟା କହୁଛି । ଠପ ଠପ୍‌ ହୋଇ କ୍ଷୀର ଝରିପଡୁଛି ମହିଳାଙ୍କ କେଶରୁ । ଏ ଅଜବ ଲାଗୁଥିବା ଘଟଣା ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ପଲସାପାଲି ଗାଁରେ ।

ପଦ୍ମପୁର ଉପଖଣ୍ଡ ପଲସାପାଲି ଗାଁର ଏହି ବିରଳ ଦୃଶ୍ୟ ଏବେ ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ । ଏଠାରେ ଜଣେ ମହିଳାଙ୍କ କେଶରୁ ଝରୁଛି କ୍ଷୀର ପରିକା ଏକ ତରଲ ପଦାର୍ଥ । ପଲସାପାଲି ଗାଁର ସନ୍ତୋଷ ସାହୁଙ୍କ ସ୍ତ୍ରୀ ସୁଭଦ୍ରା ସାହୁଙ୍କ କେଶରୁ କ୍ଷୀର ଝରୁଥିବା ସେ କହୁଛନ୍ତି । ତାଙ୍କ କହିବା ଅନୁସାରେ ସେ ଗତକାଲି ମଙ୍ଗଲବାର ଦିନ ପୂଜା ପାଠ କରିବା ପାଇଁ ଗାଧୋଇ ଆସିବା ପରେ ତାଙ୍କୁ ଅନୁଭବ ହେଲା କି ତାଙ୍କ ମୁଣ୍ଡରୁ କିଛି ଝରୁଛି । ସେ ଏହା ଦେଖି ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ପରେ ଧିର ଧିରେ ତାହା ବଢିବାରେ ଲାଗିଲା । ଏହାକୁ ଏକ ତାଟିଆରେ ରଖିଥିଲେ ଏବଂ ତାହା କ୍ଷୀର ବୋଲି ଜାଣିବାକୁ ପାଇଥିଲେ ।

ତେବେ ଏହା ଦେଖି ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ ଏହା କିପରି ସମ୍ଭବ । ମହିଳାଙ୍କ କେଶରୁ ଏପରି କ୍ଷୀର ଝରିବା କୌଣସି ଅଲୌକିକ ଠାରୁ କମ୍‌ ନୁହେଁ । ତେବେ ଯାହା ସୂଚନା ମିଳିଛି ମହିଳାଙ୍କ ଜଣଙ୍କ ଦୀର୍ଘ ବର୍ଷ ହେବ ଘରେ ଏକ ମନ୍ଦିର କରି ପୂଜା ପାଠ କରୁଥିଲେ । ଭଗବାନ ତାଙ୍କୁ ତାହା ବରଦାନ ଦେଇଛନ୍ତି ବୋଲି ସେ ଓ ତାଙ୍କ ପରିବାର ଲୋକ ମଧ୍ୟ ବିଶ୍ୱାସ କରୁଛନ୍ତି ।

ଏହି ଆଲୌକିକ ଘଟଣା ବିଷୟରେ ଗାଁ ଲୋକ ତଥା ଆଖପାଖ ଲୋକ ଖବର ପାଇବା ପରେ ତାହା ଦର୍ଶନ କରିବା ପାଇଁ ଲୋକ ମାନେ ଆସିଥିଲେ । ହେଲେ ମେଡିକାଲ ସାଇନସ ଏହାକୁ ବିଶ୍ୱାସ କରୁନାହିଁ । ସେହି ମହିଳାଙ୍କୁ ପରୀକ୍ଷା କରିବା ସହ ତାଙ୍କ କେଶକୁ ମଧ୍ୟ ପରୀକ୍ଷା କଲେ ସତ୍ୟାସତ୍ୟ ଜଣା ପଡିବ ବୋଲି ଜଣେ ବରଷ୍ଠ ଚିକିତ୍ସକ ମତ ପ୍ରକାଶ କରିଛନ୍ତି । ଲୋକଙ୍କ ବିଶ୍ୱାସ ହେଇଥାଉ ଅବା ବୈଜ୍ଞାନିକଙ୍କ ଗବେଷଣା ବାହାରେ ହେଇଥାଉ କିନ୍ତୁ ଘଟଣାଟି ଏକ ବିରଳ ଘଟଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.