ବ୍ରାହ୍ମଣୀ ନଦୀରେ ଡ଼ଙ୍ଗା ବୁଡିବା ଘଟଣା: ମିଳିଲା ନିଖୋଜ ନାଉରିଆଙ୍କ ମୃତଦେହ
ରାଜନଗର- ଏକମଣିଆ ବ୍ରାହ୍ମଣୀ ନଦୀରେ ଡ଼ଙ୍ଗା ବୁଡିବା ଘଟଣା। ମିଳିଲା ନିଖୋଜ ନାଉରିଆ ସୁଦର୍ଶନ ସ୍ୱାଇଁଙ୍କ ମୃତଦେହ। ଗତକାଲି ୧୬ ବର୍ଷିୟ ନାବାଳକ ଦେବେନ୍ଦ୍ର ବେହେରାଙ୍କ ମୃତଦେହ ମିଳିଥିଲା ।
ରାଜନଗର (କେନ୍ୟୁଜ) ରାଜନଗର- ଏକମଣିଆ ବ୍ରାହ୍ମଣୀ ନଦୀରେ ଡ଼ଙ୍ଗା ବୁଡିବା ଘଟଣା। ମିଳିଲା ନିଖୋଜ ନାଉରିଆ ସୁଦର୍ଶନ ସ୍ୱାଇଁଙ୍କ ମୃତଦେହ। ଗତକାଲି ୧୬ ବର୍ଷିୟ ନାବାଳକ ଦେବେନ୍ଦ୍ର ବେହେରାଙ୍କ ମୃତଦେହ ମିଳିଥିଲା ।
ସୂଚନା ଅନୁସାରେ ଗତକାଲି ଭାରସାମ୍ୟ ହରାଇ ନଦୀରେ ଓଲଟିଥିଲା ଡଙ୍ଗା । ଆଳିରୁ ରାଜନଗର ଯାଉଥିଲେ ୨୦ରୁ ଅଧିକ ଯାତ୍ରୀ । ଏହି ସମୟରେ ମଝିନଦୀରେ ଭାରସାମ୍ୟ ହରାଇ ଡ଼ଙ୍ଗାଟି ବୁଡିଯାଇଥିଲା । ଦୁଇଜଣ ନିଖୋଜ ରହିଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ନିଖୋଜଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନିଖୋଜ ନାଉରିଆ ସୁଦର୍ଶନ ସ୍ୱାଇଁଙ୍କ ମୃତଦେହ ଆଜି ମିଳିଛି।