କେନ୍ଦ୍ରାପଡା ଗସ୍ତର ଦ୍ୱିତୀୟ ଦିନ : ସକାଳୁ ସକାଳୁ ବରାହଜୀଉ ମନ୍ଦିର ପରିଦର୍ଶନ କଲେ 5T ସଚିବ

କେନ୍ଦ୍ରାପଡା ଗସ୍ତର ଦ୍ୱିତୀୟ ଦିନରେ 5T ସଚିବଙ୍କ ବରାହଜୀଉ ମନ୍ଦିର ପରିଦର୍ଶନ। ଗସ୍ତ ବେଳେ ବରାହଜୀଉ ମନ୍ଦିରର ସୌନ୍ଦର୍ଯ୍ୟକରଣ ନେଇ ଆଲୋଚନା କରିଛନ୍ତି । ମନ୍ଦିରର ଉନ୍ନତିକରଣ ନେଇ ପ୍ରସ୍ତୁତ ନକ୍ସା ଦେଖିବା ସହ ମନ୍ଦିର ପରିବେଶ ବୁଲି ଦେଖିଛନ୍ତି ।

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା ଗସ୍ତର ଦ୍ୱିତୀୟ ଦିନରେ 5T ସଚିବଙ୍କ ବରାହଜୀଉ ମନ୍ଦିର ପରିଦର୍ଶନ। ଗସ୍ତ ବେଳେ ବରାହଜୀଉ ମନ୍ଦିରର ସୌନ୍ଦର୍ଯ୍ୟକରଣ ନେଇ ଆଲୋଚନା କରିଛନ୍ତି । ମନ୍ଦିରର ଉନ୍ନତିକରଣ ନେଇ ପ୍ରସ୍ତୁତ ନକ୍ସା ଦେଖିବା ସହ ମନ୍ଦିର ପରିବେଶ ବୁଲି ଦେଖିଛନ୍ତି । ମନ୍ଦିରର ବିଭିନ୍ନ ସମସ୍ୟା ଓ ସମାଧାନ ନେଇ ସେବାୟତଙ୍କ ସହ କଥା ହୋଇଛନ୍ତି 5T ସଚିବ । ମନ୍ଦିର ବୁଲିବା ପରେ ଆଳିର ମିନି ଷ୍ଟାଡିୟମ ମଧ୍ୟ ବୁଲି ଦେଖିଛନ୍ତି ।

ଆଜି ଆଳି ମେଡିକାଲର ମିଶନ ଶକ୍ତି କାଫେରେ ମିଶନ ଶକ୍ତି ମା ମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସାତଭାୟାରୁ ବିସ୍ଥାପିତ ହୋଇଥିବା ଲୋକଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଗତକାଲିଠାରୁ ୨ ଦିନିଆ କେନ୍ଦ୍ରାପଡା ଗସ୍ତରେ ଅଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍‌ । ଗସ୍ତର ପ୍ରଥମ ଦିନରେ ପାଟକୁରା,କେନ୍ଦ୍ରାପଡା,ରାଜନଗର, ଓ ମହାକାଳପଡା ର୍ନିବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରି, ଚାଲିଥିବା ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.