ପୋଲିସ ବେଶ ଧରି ଜାତୀୟ ରାଜପଥରେ ଲୁଟ୍ ଘଟଣା : ଆଜି ରିମାଣ୍ଡରେ ଯିବେ ଲୁଣିଆ ଗ୍ୟାଙ୍ଗର ସଦସ୍ୟ

ନକଲି ପୋଲିସ ସାଜି ହାଇଜାକ୍‌ କରିଥିଲେ ଟ୍ୟାଙ୍କର । ଡ୍ରାଇଭର, ହେଲ୍ପରଙ୍କୁ ମାଡ଼ ମାରି ଲୁଟିଥିଲେ ୪ ଲକ୍ଷ ଟଙ୍କା । ଭୁବନେଶ୍ୱର ଏୟାରଫିଲଡ଼ ପୋଲିସ ୯ ଜଣିଆ ଗ୍ୟାଙ୍ଗକୁ କାବୁ କରିଥିଲା ।

ଭୁବନେଶ୍ୱର (କେନ୍ୟୁଜ): ନକଲି ପୋଲିସ, ଅସଲି ଲୁଟେରା । ଗାଡ଼ିରେ ନାଲି ବତୀ । ହାତରେ ବନ୍ଧୁକ ସହ ଦେହରେ ଥିଲା ଖାକି ବର୍ଦ୍ଦି । ଜାତୀୟ ରାଜପଥରେ ଯେ କେହି ବି ଏମାନଙ୍କୁ ଦେଖିଲେ କହିବି ଏମାନେ ହେଉଛନ୍ତି ପୋଲିସ । ଆଉ ରାତି ଅଧରେ କରୁଥିଲେ ହାଇୱେ ଚେକିଂ । ଚେକିଂ ନାଁରେ ଲୁଟ ପାଟ କରୁଥିବା ବେଳେ ଲୁଣିଆ ଗ୍ୟାଙ୍ଗର ୯ ଜଣିଆ ହାଇୱେ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଥିଲା କମିଶରେଟ ପୋଲିସ । ଆଜି ରିମାଣ୍ଡରେ ଯିବେ ଲୁଣିଆ ଗ୍ୟାଙ୍ଗର ସଦସ୍ୟ।

ସୂଚନା ଅନୁଯାୟୀ ନକଲି ପୋଲିସ ସାଜି ହାଇଜାକ୍‌ କରିଥିଲେ ଟ୍ୟାଙ୍କର । ଡ୍ରାଇଭର, ହେଲ୍ପରଙ୍କୁ ମାଡ଼ ମାରି ଲୁଟିଥିଲେ ୪ ଲକ୍ଷ ଟଙ୍କା । ଭୁବନେଶ୍ୱର ଏୟାରଫିଲଡ଼ ପୋଲିସ ୯ ଜଣିଆ ଗ୍ୟାଙ୍ଗକୁ କାବୁ କରିଥିଲା । ନାଲିବତୀ ଲଗାଇ ହାଇୱେରେ କରୁଥିଲେ ମିଛ ପାଟ୍ରୋଲିଂ । କୋରାପୁଟ ପାଡୁଆରୁ ଆସୁଥିବା ଟ୍ୟାଙ୍କର OD10K 4914କୁ ହାଇଜାକ୍‌ କରିଥିଲେ । ପ୍ରଧାନସାହି ଜଙ୍ଗଲରୁ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା ପିସିଆର । ଗ୍ୟାଙ୍ଗ୍‌ ଲିଡର ଥିଲେ ସତ୍ୟପ୍ରିୟ ପଟ୍ଟନାୟକ ଓରଫ ଲୁଣିଆ । ଲୁଣିଆ ଓ ସହଯୋଗୀ ବବିଙ୍କୁ ରିମାଣ୍ଡରେ ନେବ କୋରାପୁଟ ପୋଲିସ । ତା ପୂର୍ବରୁ ୯ ଜଣିଆ ଗ୍ୟାଙ୍ଗ୍‌କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.