Below header

ସୁଦାନରୁ ଭୁବନେଶ୍ୱର ଫେରିଲେ ୬ ଓଡ଼ିଆ, ବଖାଣିଲେ ଛାତିଥରା କାହାଣୀର ଅନୁଭୂତି

ଗୃହଯୁଦ୍ଧ କବଳିତ ସୁଦାନରୁ ଭୁବନେଶ୍ୱର ଫେରିଲେ ୬ ଓଡ଼ିଆ । ମିଡିଆ ଆଗରେ କହିଲେ ଛାତିଥରା କାହାଣୀ । ବଖାଣିଲେ ଭୟଙ୍କର ଅନୁଭୂତି । ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ୬ ଓଡ଼ିଆ ।

ଭୁବନେଶ୍ୱର (କେନ୍ୟୁଜ): ଗୃହଯୁଦ୍ଧ କବଳିତ ସୁଦାନରୁ ଭୁବନେଶ୍ୱର ଫେରିଲେ ୬ ଓଡ଼ିଆ । ମିଡିଆ ଆଗରେ କହିଲେ ଛାତିଥରା କାହାଣୀ । ବଖାଣିଲେ ଭୟଙ୍କର ଅନୁଭୂତି । ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ୬ ଓଡ଼ିଆ । ଏପ୍ରିଲ ୧୫ରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ଫସି ରହିଥିଲା ବହୁ ଭାରତୀୟ। ସେମାନଙ୍କ ମଧ୍ୟରୁ ୬ ଜଣ ଓଡିଆ ଆଜି ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ।

ଏପଟେ ଆଜି ଫେରୁଛନ୍ତି ଆଉ ୧୩୫ ଭାରତୀୟ। ଦ୍ୱିତୀୟ ପର୍ଯ୍ୟାୟରେ ସୁଦାନରୁ ୨୪୬ ଜଣ ଭାରତୀୟ ମୁମ୍ବାଇରେ ପହଞ୍ଚିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩୬୦ ଜଣ ପହଞ୍ଚିଥିଲେ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୫୦୦ ଭାରତୀୟ ସୁଦାନରୁ ଉଦ୍ଧାର ହୋଇ ଜେଦହା ଏୟାରପୋର୍ଟରେ ପହଞ୍ଚିଛନ୍ତି । ପଞ୍ଚମ ପର୍ଯ୍ୟାୟରେ ସୁଦାନରୁ ଆସିଛନ୍ତି ୨୯୭ ଭାରତୀୟ । ସୁଦାନ ପୋର୍ଟରୁ INS ତେଜ୍‌ରେ ଫେରୁଛନ୍ତି ଭାରତୀୟ । ଉଭୟ ଜଳପଥ ଓ ଆକାଶପଥରେ ଯୁଦ୍ଧଗ୍ରସ୍ତ ସୁଦାନରୁ ଭାରତୀୟଙ୍କ ଉଦ୍ଧାର କରାଯାଉଛି । ଏହା ପୂର୍ବରୁ ଚତୁର୍ଥ ପର୍ଯ୍ୟାୟରେ IAF C-13OJ ଏୟାରକ୍ରାପ୍ଟରେ ଜେଦହା ଆସିଛନ୍ତି ୧୩୬ ଭାରତୀୟ। ଜେଦହା ଏୟାରପୋର୍ଟରେ ପହଞ୍ଚିବା ପରେ ଭାରତୀୟଙ୍କୁ ସ୍ୱାଗତ କରିଥିଲେ କେନ୍ଦ୍ର ରାଷ୍ଟ୍ର ବୈଦେଶିକ ମନ୍ତ୍ରୀ ଭି ମୁରଲିଧରନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.