ଠକ ତାନ୍ତ୍ରିକର ଠକେଇ ନଂ ୨: ଘର ପଛପଟେ ସୁନା ଇଟା ଥିବା କହି ୫ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ

ନିମ୍ବ ଗଛ ତଳେ ସୁନା ଇଟା ଅଛି ବୋଲି ବ୍ୟକ୍ତିଙ୍କୁ କହିଥିଲା ଠକ। ସୁନା ପରି ଦିଶୁଥିବା ପିତ୍ତଳ ଇଟା ବାହାରି ଥିବା ଅଭିଯୋଗକାରୀ ଦେଲେ ସୁଚନା। ନକାରାତ୍ମକ ଶକ୍ତି ଦୂର କରିବ କହି ଠକିଛି ଅଭିଯୁକ୍ତ। ଇଟା ନ ବାହାର କଲେ ଘଟିବ ଅଘଟଣ ବୋଲି କହିଥିଲା ଠକ।

କଟକ (କେନ୍ୟୁଜ): ଠକ ତାନ୍ତ୍ରିକର ଠକେଇ ନଂ ୨। ଗତକାଲି କଟକରୁ ଗିରଫ ହୋଇଥିବା ଭଣ୍ଡ ତାନ୍ତ୍ରିକ ମୌଲାନା କୈଫି ଖାଁ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି। ସେ ଜଣେ ବ୍ୟକ୍ତିଙ୍କ ଘର ପଛପଟେ ସୁନା ଇଟା ଥିବା କହି ୫ ଲକ୍ଷ ଟଙ୍କା ଲୁଟିଥିବାର ଅଭିଯୋଗ ହୋଇଛି। ଏନେଇ ମଙ୍ଗଳାବାଗ ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ନିମ୍ବ ଗଛ ତଳେ ସୁନା ଇଟା ଅଛି ବୋଲି ବ୍ୟକ୍ତିଙ୍କୁ କହିଥିଲା ଠକ। ସୁନା ପରି ଦିଶୁଥିବା ପିତ୍ତଳ ଇଟା ବାହାରି ଥିବା ଅଭିଯୋଗକାରୀ ଦେଲେ ସୁଚନା। ନକାରାତ୍ମକ ଶକ୍ତି ଦୂର କରିବ କହି ଠକିଛି ଅଭିଯୁକ୍ତ। ଇଟା ନ ବାହାର କଲେ ଘଟିବ ଅଘଟଣ ବୋଲି କହିଥିଲା ଠକ।

ଠକ ମୌଲାନା କୈଫି ଖାଁ ନାଁରେ ଦୁଇ ଦାମୀ କାର ସମେତ ବୁଲେଟ ଜବତ ହୋଇଛି । ସେହିପରି ନଗଦ ଦୁଇ ଲକ୍ଷ ୭୬ ହଜାର ଟଙ୍କା, ୭୦ଟି ମୋବାଇଲ ସମେତ ଅନେକ କାଗଜପତ୍ର ଜବତ କରାଯାଇଛି । ନିଜକୁ ତାନ୍ତ୍ରିକ ପରିଚୟ ଦେଇ ଲୋକଙ୍କୁ ଗୁପ୍ତଧନ ମିଳିବାର ଲୋଭ ଦେଖାଇ ଠକୁଥିଲା ଧୂର୍ତ୍ତ । ଘର ଭିତରୁ ନକାରାତ୍ମକ ଶକ୍ତି ଦୂର କରି ଦେବ । ଭୂତ ବାହାର କରିବ କହି ଅଭିଯୁକ୍ତ ଠକି ଆସୁଥିଲା । ଅଭିଯୁକ୍ତ କୈଫିକୁ ଅଧିକ ପଚରା ଉଚରା ପାଇଁ ରିମାଣ୍ଡରେ ଆଣିପାରେ କମିଶନରେଟ ପୋଲିସ ।