ବିନା ଲାଇଟ ଏବଂ ନାଭିଗେସନରେ ଭାଙ୍ଗିଯାଇଥିବା ରନୱେରେ ଅବତରଣ କଲା ଭାରତୀୟ ବାୟୁସେନାର ବିମାନ, ସୁଦାନରୁ ଉଦ୍ଧାର କଲା ୧୨୧ ଭାରତୀୟ

ଭାରତୀୟ ଏୟାରଫୋର୍ସର ବିମାନC-130J ଏୟାରକ୍ରାଫ୍ଟ ଦେଖାଇଲା କମାଲ୍‌ । ବିନା ଲାଇଟ ଏବଂ ନାଭିଗେସନରେ ଭଙ୍ଗା ରନୱେରେ ବିମାନ ଅବତରଣ କରାଇଲେ ଭାରତୀୟ ବାୟୁସେନାର ପାଇଲଟ୍‌ । ଆଉ ସୁଦାନରୁ ଉଦ୍ଧାର ହେଲେ ୧୨୧ ଭାରତୀୟ ।

ଭାରତୀୟ ବାୟୁସେନା ପାଇଲଟ୍‌ଙ୍କ ବୀରତ୍ୱ । ବିନା ଆଲୋକରେ ସୁଦାନରେ କଲେ ବିମାନ ଅବତରଣ । ଯୁଦ୍ଧଗ୍ରସ୍ତ ସୁଦାନରୁ ଫେରୁଛନ୍ତି ଭାରତୀୟ । ଭାରତୀୟ ବାୟୁସେନା ସୁଦାନର ସୟଦନା ଆର୍ମି ବିମାନବନ୍ଦରର ରନୱେରେ ଅବତରଣ କରିଛି C-130J ଏୟାରକ୍ରାଫ୍ଟ । ବିନା ଲାଇଟ ଏବଂ ନାଭିଗେସନ ସପୋର୍ଟରେ ବିମାନଟି ଅବତରଣ କରିଛି । ଇନ୍ଧନ ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନଥିଲା । ଏହି ଉଦ୍ଧାର କାର୍ଯ୍ୟ ସମୟରେ ବାୟୁସେନା ପାଇଲଟମାନେ ନାଇଟ୍ ଭିଜନ୍ ଗଗଲ୍ ବ୍ୟବହାର କରିଥିଲେ । ସେମାନଙ୍କୁ ଦୁଃସାହସିକ ଅପରେସନ୍‌ରେ ଉଦ୍ଧାର କରିଥିଲା ଭାରତୀୟ ଏୟାରଫୋର୍ସ ।

ସେଠାରେ ଫସିଥିବା ଭାରତୀୟ ମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ‘ଅପରେସନ୍ କାବେରୀ’ ଆରମ୍ଭ କରିଛନ୍ତି । ଭାରତୀୟ ବାୟୁସେନା ଏବଂ ନୌସେନା ଏପର୍ଯ୍ୟନ୍ତ ୧୩୬୦ ଜଣ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିଛନ୍ତି। ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି ଆଉ ୨୩୧ ଜଣ । ଆସୁଛନ୍ତି ୧୨୧ ଜଣ ଭାରତୀୟ । ଓ୍ଵାଦି ସେଦନା ନାମକ ଏକ ଛୋଟିଆ ଏୟାରଷ୍ଟ୍ରିପରେ ଫସି ରହିଥିଲେ ।

ସେମାନଙ୍କ ଭିତରେ ଗର୍ଭବତୀ ମହିଳା ଓ ରୋଗୀ ଥିଲେ । ସୁଦାନ ରାଜଧାନୀ ଖାର୍ତୁମଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଏୟାର ଷ୍ଟ୍ରିପରେ ଫସିଥିଲେ । ସୁଦାନ ଏୟାରପୋର୍ଟରେ ପହଞ୍ଚିବାକୁ ଏମାନଙ୍କ ପାଖରେ କୌଣସି ଉପାୟ ନଥିଲା । ବିଚ୍ଛିନ୍ନ ଥିଲା ଯୋଗାଯୋଗ ।

ଇନ୍ଧନ ନଥିବା ବେଳେ ଏୟାରକ୍ରାଫ୍ଟ ଲାଣ୍ଡିଂ ପାଇଁ ନଥିଲା ଲାଇଟ୍ ବ୍ୟବସ୍ଥା । ଘନ ଅନ୍ଧାରରେ ନାଇଟ୍ ଭିଜନ୍ କ୍ୟାମେରା, ହେଡ୍ ଲ୍ୟାମ୍ପ ଜରିଆରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ସୁରକ୍ଷିତ ଭାବରେ ଏୟାରକ୍ରାଫ୍ଟ ଭିତରକୁ ଆଣିଥିଲେ ବାୟୁସେନା ଅଧିକାରୀ ଓ ଗାର୍ଡ କମାଣ୍ଡର । ଗ୍ରୁପ୍ କ୍ୟାପଟେନ୍ ରବି ନନ୍ଦ ଏହି ରେସକ୍ୟୁ ଅପରେସନକୁ ଲିଡ୍ କରୁଥିଲେ । ଏହି ଅପରେସନ୍‌ରେ ନୌସେନା ଜାହାଜ ଆଇଏନ୍‌ଏସ୍ ସୁମେଧା, ତେଗ, ତରକଶ ଏବଂ ଭାରତୀୟ ବାୟୁସେନାର ସି-୧୩୦ ଜେ ଏବଂ ସି-୧୭ ସାହାଯ୍ୟରେ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.