୨୫ରେ ଆଉ ଏକ ଘୂର୍ଣ୍ଣିବଳୟ ! ୨୩ରୁ ପୁଣି ରାଜ୍ୟରେ ବଢିବ ବର୍ଷା

୨୫ରେ ଆଉ ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ୨୩ରୁ ପୁଣି ରାଜ୍ୟରେ ବଢିବ ବର୍ଷା। ଏବେ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର ଓ ନୂଆପଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ। ୨୩ରୁ ପୁଣି ରାଜ୍ୟରେ ବଢିବ ବର୍ଷା। ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର ଓ ନୂଆପଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

ଗତ ୨୪ ଘଣ୍ଟାରେ ରାଜ୍ୟର ୫ଟି ସ୍ଥାନରେ ଅତି ପ୍ରବଳ ବର୍ଷା ଓ ୩୦ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ୧୨ ଜିଲ୍ଲାକୁ ଦିଆଯାଇଛି ୟେଲୋ ସତର୍କତା । ଆସନ୍ତାକାଲିଠୁ କମିବ ବର୍ଷା ପରିମାଣ। ସକ୍ରିୟ ମୌସୁମୀ ଏବଂ ଲଘୁଚାପ କ୍ଷେତ୍ର ପ୍ରଭାବରେ ଗତ ୨୪ ଘଣ୍ଟାରେ ହାରାହାରି ୩୨.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ବାଭାବିକ ବର୍ଷା ୧୨.୮ ମିଲମିଟର ତୁଳନାରେ ୧୫୧ ପ୍ରତିଶତ ଅଧିକ ରହିଛି। ଏହି ବର୍ଷା ଫଳରେ ଗତ ୨ ପ୍ରତିଶତ ନିଅଣ୍ଟିଆ ଭରଣ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.