Below header

‘ଦ ସି ଏଣ୍ଡ ସେଭେନ୍ ଭିଲେଜ’କୁ ଆଉ ଏକ ସଫଳତା, ବେଙ୍ଗାଳୁରୁରେ ହେଲା ପୁରସ୍କୃତ

କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନିବେଦିତ ଓ କାଦମ୍ବିନୀ ମିଡିଆ ପ୍ରସ୍ତୁତ ତଥା ଡ. ଇତି ସାମନ୍ତଙ୍କ ପ୍ରଯୋଜିତ ପ୍ରାମାଣିକ ଚଳଚ୍ଚିତ୍ର ‘ଦ ସି ଏଣ୍ଡ ସେଭେନ୍ ଭିଲେଜ’କୁ ଆଉ ଏକ ସଫଳତା ।

ବେଙ୍ଗାଳୁରୁ (କେନ୍ୟୁଜ): କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନିବେଦିତ ଓ କାଦମ୍ବିନୀ ମିଡିଆ ପ୍ରସ୍ତୁତ ତଥା ଡ. ଇତି ସାମନ୍ତଙ୍କ ପ୍ରଯୋଜିତ ପ୍ରାମାଣିକ ଚଳଚ୍ଚିତ୍ର ‘ଦ ସି ଏଣ୍ଡ ସେଭେନ୍ ଭିଲେଜ’କୁ ଆଉ ଏକ ସଫଳତା । ବେଙ୍ଗାଳୁରୁରେ ଫିଲ୍ମ ହୋଲିକ୍ ଫାଉଣ୍ଡେସନ ପକ୍ଷରୁ ଚତୁର୍ଥ ଆନ୍ତର୍ଜାତିକ ପାନାରୋମା ଫିଲ୍ମ ଫେଷ୍ଟିଭାଲରେ ପୁରସ୍କୃତ ହୋଇଛି  । ଏହି ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ବଛା ବଛା ୧୦ଟି ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ସେଥିମଧ୍ୟରୁ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ ପୁରସ୍କୃତ କରାଯାଇଛି ।

କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନିବେଦିତ, କାଦମ୍ବିନୀ ମିଡିଆ ପ୍ରସ୍ତୁତ ତଥା ଡ. ଇତି ସାମନ୍ତଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ର ପୂର୍ବରୁ ଗୋଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଇଣ୍ଡିଆନ ପାନାରୋମାରେ ପ୍ରଦର୍ଶିତ ହୋଇଥିଲା  ।  ଯାହାକୁ ଦର୍ଶକ ଓ ସିନେ ସମାଲୋଚକମାନେ ଭୂୟସୀ ପ୍ରଶଂସା କରିଥିଲେ । ବେଙ୍ଗାଲୁରୁର ପ୍ରବାସୀ ଓଡ଼ିଆମାନେ ମଧ୍ୟ ଚଳଚ୍ଚିତ୍ରଟିର ପ୍ରଶଂସା କରିଥିଲେ । ଫିଲ୍ମ ହୋଲିକ୍ ଫାଉଣ୍ଡେସନର ପ୍ରତିଷ୍ଠାତା ଆଦିତ୍ୟ ଆରଏ ଏବଂ କିଶୋର ବି ଏସଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉତ୍ସବରେ ସିନେମାକୁ ସ୍ପେସିଆଲ ଜୁରୀ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ପୁରସ୍କାରକୁ କିଟ୍ ଓ କିସର ଡେପୁଟୀ ଡ଼ାଇରେକ୍ଟର ସସ୍ମିତା ରାଉତ ଗ୍ରହଣ କରିଥିଲେ । ପୂର୍ବରୁ ଏହି ସିନେମାଟି ଦେଶ ବିଦେଶର ଅନେକ ଚଳଚିତ୍ର ଉତ୍ସବରେ ସ୍ଥାନ ପାଇ ସଫଳତା ସାଉଁଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.