୧୦୦W ଚାର୍ଜିଂ ସ୍ପିଡ୍ ଏବଂ ୫୦MP କ୍ୟାମେରା, ଲଞ୍ଚ ହେଲା OnePlus ର ଏହି ଦମଦାର ଫୋନ

ହ୍ୟାଣ୍ଡସେଟ ନିର୍ମାତା OnePlus ନିଜ ଗ୍ରାହକଙ୍କ ପାଇଁ ଏକ ନୂଆ ସ୍ମାର୍ଟଫୋନ୍ OnePlus Ace 3 ଲଞ୍ଚ କରିଛି । ଗୁରୁତ୍ୱପୂର୍ଣ୍ଣ ଫିଚର ଗୁଡିକ ବିଷୟରେ କହିବାକୁ ଗଲେ, କମ୍ପାନୀ ଏହି ଡିଭାଇସରେ ୧୦୦ ୱାଟ ସୁପରଫାଷ୍ଟ ଚାର୍ଜିଂ ସ୍ପିଡ୍, ପାୱାରଫୁଲ ପ୍ରୋସେସର୍, ୧୬ ଜିବି ରାମ୍ ଏବଂ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ଭଳି ଫିଚର ପ୍ରଦାନ କରିଛି ।

ହ୍ୟାଣ୍ଡସେଟ ନିର୍ମାତା OnePlus ନିଜ ଗ୍ରାହକଙ୍କ ପାଇଁ ଏକ ନୂଆ ସ୍ମାର୍ଟଫୋନ୍ OnePlus Ace 3 ଲଞ୍ଚ କରିଛି । ଗୁରୁତ୍ୱପୂର୍ଣ୍ଣ ଫିଚର ଗୁଡିକ ବିଷୟରେ କହିବାକୁ ଗଲେ, କମ୍ପାନୀ ଏହି ଡିଭାଇସରେ ୧୦୦ ୱାଟ ସୁପରଫାଷ୍ଟ ଚାର୍ଜିଂ ସ୍ପିଡ୍, ପାୱାରଫୁଲ ପ୍ରୋସେସର୍, ୧୬ ଜିବି ରାମ୍ ଏବଂ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ଭଳି ଫିଚର ପ୍ରଦାନ କରିଛି । ଏହା ବ୍ୟତୀତ, ଆପଣ ଏହି ହ୍ୟାଣ୍ଡସେଟରେ ଆଲର୍ଟ ସ୍ଲାଇଡର୍ ଏବଂ ଆଇଆର ବ୍ଲାଷ୍ଟର ଭଳି ଫିଚର ଦେଖିବାକୁ ପାଇବେ ।

OnePlus Ace 3 ରେ ସୁରକ୍ଷା ପାଇଁ ଏକ ଇନ୍-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର ଏବଂ ଉତ୍କୃଷ୍ଟ ସାଉଣ୍ଡ କ୍ୱାଲିଟି ପାଇଁ ଡଲବି ଆଟମୋସ୍ ସାର୍ଟିଫିକେଟ୍ ଷ୍ଟେରିଓ ସ୍ପିକର ରହିଛି । ତେବେ ଆସନ୍ତୁ ଜାଣିବା କମ୍ପାନୀ ଏହି ଅତ୍ୟାଧୁନିକ ଫୋନରେ ଆଉ କ’ଣ ଫିଚର ଦେଇଛି ଏବଂ ଏହି ହ୍ୟାଣ୍ଡସେଟର ଦାମ କେତେ ରହିଛି? ଡିସପ୍ଲେ ବିଷୟରେ କହିବାକୁ ଗଲେ, ଏହି ଲାଟେଷ୍ଟ ଫୋନରେ ୧.୫K ରିଜୋଲ୍ୟୁସନ୍ ସପୋର୍ଟ ସହିତ ୬.୭୮ ଇଞ୍ଚ କର୍ଭଡ OLED ଡିସପ୍ଲେ ଅଛି । ଡଲବି ଭିଜନ ସପୋର୍ଟ ସହିତ ଆପଣ OnePlus ର ଏହି ଲାଟେଷ୍ଟ ଫୋନ୍ ପାଇପାରିବେ । ସ୍କ୍ରାଚ୍ ରେଜିଷ୍ଟାନ୍ସ ପାଇଁ, ଏହି ଫୋନ୍ କର୍ନିଙ୍ଗ୍ ଗୋରିଲା ଗ୍ଲାସ୍ ଭିକ୍ଟସ୍ ୨ ସହିତ ଲଞ୍ଚ କରାଯାଇଛି ।

ସ୍ପିଡ୍ ଏବଂ ମଲ୍ଟିଟାସ୍କିଂ ପାଇଁ କ୍ୱାଲକମ୍ ସ୍ନାପଡ୍ରାଗନ୍ ୮ ଜେନେରେସନ୍ ୨ ଚିପସେଟ୍ ଏହି ଲାଟେଷ୍ଟ OnePlus ଫୋନରେ ବ୍ୟବହୃତ ହୋଇଛି । ଅପରେଟିଂ ସିଷ୍ଟମ୍ ବିଷୟରେ କହିବାକୁ ଗଲେ, ଏହି ଫୋନ୍ ଆଣ୍ଡ୍ରଏଡ୍ ୧୪ ଉପରେ ଆଧାର କରି color OS ୧୪ ରେ କାମ କରେ । ଫୋନର ପଛ ଭାଗରେ ତିନୋଟି କ୍ୟାମେରା, ୫୦ ମେଗାପିକ୍ସେଲ ପ୍ରାଇମେରୀ ସୋନି IMX890 କ୍ୟାମେରା ସେନସର ସହିତ ୮ ମେଗାପିକ୍ସେଲ ଅଲଟ୍ରା ୱାଇଡ୍ ଆଙ୍ଗଲ୍ ଲେନ୍ସ ଏବଂ ୨ ମେଗାପିକ୍ସେଲ ମାକ୍ରୋ କ୍ୟାମେରା ସେନସର ଯୋଗାଇ ଦିଆଯାଇଛି । ଫୋନର ସାମ୍ନାରେ ୧୬ ମେଗାପିକ୍ସେଲ କ୍ୟାମେରା ସେନ୍ସର ଉପଲବ୍ଧ ।

OnePlus Ace 3 ରେ ୫୫୦୦ mAh ବ୍ୟାଟେରୀ ରହିଛି, ଏହି ଫୋନ୍ ୧୦୦ ୱାଟର ଫାଷ୍ଟ ଚାର୍ଜିଂ ସ୍ପିଡ୍ ସହିତ ଆସିଥାଏ କିନ୍ତୁ ଏହି ଡିଭାଇସରେ ୱାୟରଲେସ ଚାର୍ଜିଂ ସପୋର୍ଟ ଉପଲବ୍ଧ ନାହିଁ । ଏହି ଲାଟେଷ୍ଟ OnePlus ମୋବାଇଲ୍ ଫୋନର ତିନୋଟି ଭରିଆଣ୍ଟରେ ଲଞ୍ଚ କରାଯାଇଛି, ୧୨ GB RAM / ୨୫୬ GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ହେଉଛି ୨୫୯୯ ଚାଇନିଜ୍ ୟୁଆନ୍ (ପ୍ରାୟ ୩୦,୫୦୦ ଟଙ୍କା), ୧୬ GB RAM / ୫୧୨ GB ଭାରିଆଣ୍ଟର ମୂଲ୍ୟ ହେଉଛି ୨୯୯୯ ଚାଇନିଜ୍ ୟୁଆନ୍ (୩୫,୧୦୦ ଟଙ୍କା ) ଏବଂ ୧୬ GB RAM / ୧ TB ଷ୍ଟୋରେଜ୍ ମଡେଲର ମୂଲ୍ୟ ହେଉଛି ୩୪୯୯ ଚାଇନିଜ୍ ୟୁଆନ୍ (ପ୍ରାୟ ୪୦,୧୦୦ ଟଙ୍କା) ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.