ବାୟୁସେନାର ବଡ଼ ସଫଳତା, ଅନ୍ଧାର ରାତିରେ କାରଗିଲ୍‌ ଏୟାରଷ୍ଟ୍ରିପ୍‌ରେ ଲ୍ୟାଣ୍ଡ୍‌ କରାଇଲା ହରକ୍ୟୁଲେସ୍‌ ବିମାନ

ବାୟୁସେନାର C-130J ଏୟାରକ୍ରାଫ୍ଟ ପ୍ରଥମ ଥର ଅନ୍ଧାର ରାତିରେ କାରଗିଲ ଏୟାରଷ୍ଟ୍ରିପ୍‌ରେ ଅବତରଣ କରିଛି । ରାତ୍ରିକାଳୀନ ଲ୍ୟାଣ୍ଡିଂର ଭିଡିଓ ସେୟାର କରି ବାୟୁସେନା କହିଛି ଯେ ନିକଟରେ ଆଇଏଏଫ୍‌ C-130J ବିମାନ ପ୍ରଥମ ଥର କାରଗିଲ ଏୟାରଷ୍ଟ୍ରିପ୍‌ରେ ରାତ୍ରି ଲ୍ୟାଣ୍ଡିଂ କରିଛି । ଏହି ଅଭ୍ୟାସ ବେଳେ ଟେରେନ୍‌ (ଭୂମି) ମାସ୍କିଂ କରାଯାଇଥିଲା ।

ଲଦାଖର କାରଗିଲ୍‌ ସହରରେ ଏବେ ହାଡ଼ଭଣ୍ଡା ଶୀତ ପଡ଼ିଛି । ଲୋକେ ବିନା କୌଣସି ଜରୁରୀ କାମରେ ଘରୁ ବାହାରୁ ନାହାନ୍ତି । ଏହା ସହିତ ଭାରତୀୟଙ୍କ ସୁରକ୍ଷା ପାଇଁ ଏହି ଅଞ୍ଚଳ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ବିବେଚନା କରାଯାଏ । ଏଠାରେ ଭାରତୀୟ ବାୟୁସେନା ଏବଂ ସ୍ଥଳସେନା ସେମାନଙ୍କ ନିୟୋଜନ ପ୍ରତିଦିନ ବୃଦ୍ଧି କରାଉଛନ୍ତି । ଏହାରି ଭିତରେ ବାୟୁସେନା ଏମିତି ଏକ ବଡ଼ କାରନାମା କରିଛି, ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ।

ନିକଟରେ ବାୟୁସେନାର C-130J ଏୟାରକ୍ରାଫ୍ଟ ପ୍ରଥମ ଥର ଅନ୍ଧାର ରାତିରେ କାରଗିଲ ଏୟାରଷ୍ଟ୍ରିପ୍‌ରେ ଅବତରଣ କରିଛି । ରାତ୍ରିକାଳୀନ ଲ୍ୟାଣ୍ଡିଂର ଭିଡିଓ ସେୟାର କରି ବାୟୁସେନା କହିଛି ଯେ ନିକଟରେ ଆଇଏଏଫ୍‌ C-130J ବିମାନ ପ୍ରଥମ ଥର କାରଗିଲ ଏୟାରଷ୍ଟ୍ରିପ୍‌ରେ ରାତ୍ରି ଲ୍ୟାଣ୍ଡିଂ କରିଛି । ଏହି ଅଭ୍ୟାସ ବେଳେ ଟେରେନ୍‌ (ଭୂମି) ମାସ୍କିଂ କରାଯାଇଥିଲା । ଏଥିରେ ଗରୁଡ଼ କମାଣ୍ଡୋ ମଧ୍ୟ ମୁତୟନ ହୋଇଥିଲେ ।

ଏହି ଟ୍ରେନିଂ ମିଶନ ବିଷୟରେ ବାୟୁସେନା ଅଧିକ ସୂଚନା ଦେଇନାହିଁ । ଗତବର୍ଷ ନଭେମ୍ବରରେ ବାୟୁସେନା ନିଜର ଦୁଇ ଲକ୍‌ହିଡ୍‌ ମାର୍ଟିନ୍‌ C-130J-30 ସୁପର ହରକ୍ୟୁଲେସ୍‌ ମିଲିଟାରୀ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟକୁ ଉତ୍ତରାଖଣ୍ଡର ଏୟାରଷ୍ଟ୍ରିପ୍‌ରେ ସଫଳତାପୂର୍ବକ ଅବତରଣ କରାଇଥିଲା । ଏଠାରେ ନିର୍ମାଣାଧୀନ ସୁଡ଼ଙ୍ଗ ଭିତରେ ଫସିଥିବା ଶ୍ରମିକମାନଙ୍କ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ ନିମନ୍ତେ ଇଞ୍ଜିନିୟରିଂ ଉପକରଣ ପହଞ୍ଚାଇବା ପାଇଁ ଏହି ମିଶନକୁ କାର୍ଯ୍ୟକାରୀ କରାଯାଇଥିଲା । ସୂଚନାଯୋଗ୍ୟ, ଗତବର୍ଷ ଭାରତୀୟ ବାୟୁସେନା ସୁଦାନରେ ଏକ ସାହସୀ ରାତ୍ରି ମିଶନ ପାଇଁ ବି ଏହି ବିମାନକୁ ବ୍ୟବହାର କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.