ଫିଲ୍ମ ‘ଆନିମଲ’ର ସଫଳତା ପାର୍ଟିରେ ଦେଖିବାକୁ ମିଳିଲା ରଶ୍ମିକା ଓ ରନବୀରଙ୍କ କେମେଷ୍ଟ୍ରି, ଭିଡିଓ ହେଉଛି ଭାଇରାଲ

ଫିଲ୍ମ ‘ଆନିମଲ’ର ସଫଳତାକୁ ନେଇ ନିର୍ମାତାମାନେ ଶନିବାର ଦିନ କାର୍ପେଟ ପାର୍ଟିର ଆୟୋଜିତ କରିଥିଲେ । ତେବେ ସେହି ପାର୍ଟିର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରସୋର ଭାଇରାଲ ହେବାରେ ଲାଗିଛି ।

ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଫିଲ୍ମ ‘ଆନିମଲ’ ୨୦୨୩ ମସିହାର ଏକ ଜବରଦସ୍ତ ବ୍ଲକବଷ୍ଟର ଫିଲ୍ମ ମଧ୍ୟରୁ ଗୋଟିଏ । ତେବେ ଏହି ଫିଲ୍ମକୁ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ମିଳିଛି । ଯେପରି ଏହି ଫିଲ୍ମ ‘ଆନିମଲ’ ଜରିଆରେ ରନବୀର କପୁର ଓ ରଶ୍ମିକା ମନ୍ଦାନାଙ୍କୁ ରାତାରାତି ଷ୍ଟାରଡମ୍ ମିଳିଛି । ଫିଲ୍ମ ‘ଆନିମଲ’ର ସଫଳତାକୁ ନେଇ ନିର୍ମାତାମାନେ ଶନିବାର ଦିନ କାର୍ପେଟ ପାର୍ଟିର ଆୟୋଜିତ କରିଥିଲେ । ତେବେ ସେହି ପାର୍ଟିର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରସୋର ଭାଇରାଲ ହେବାରେ ଲାଗିଛି । ଯେଉଁ ଥିରେ ରଣବୀର କପୁର, ରଶ୍ମିକା ମନ୍ଦାନାଙ୍କୁ କିସ୍‌ କରୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ filmygyan ରେ ଦେଖିବା ପାଇଁ ମିଳିଛି ।

ଫିଲ୍ମ ‘ଆନିମଲ’ର ସଫଳତା ପାର୍ଟିକୁ ପୂରା କାଷ୍ଟ, କ୍ରୁ ସଦସ୍ୟ, ବଲିଉଡ ଏବଂ ଟିଭି ସେଲିବ୍ରିଟି ଆସିଥିଲେ । ତେବେ ହାଇଦ୍ରାବାଦରୁ ଆସିବା ମାତ୍ରେ ରଶ୍ମିକା ମନ୍ଦାନା ଷ୍ଟାଇଲିରେ ପାର୍ଟିରେ ଏଣ୍ଟ୍ରି କରିଥିଲେ । ଏବେ ରଶ୍ମିକା ମନ୍ଦାନା ତାଙ୍କ ଅଫ୍‌କମିଂ ଫିଲ୍ମ ‘ପୁଷ୍ପା ୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ତେବେ ରାଷ୍ଟ୍ରୀୟ କ୍ରସ୍ ରଶ୍ମିକା ମନ୍ଦାନା ଏଣ୍ଟ୍ରି କରିବା ମାତ୍ରେ ରନବୀର କପୁର ତାଙ୍କ ନିକଟକୁ ଯାଇ ତାଙ୍କୁ କୋରିଆ ଷ୍ଟାଇଲ୍ରେ ଦେଖା କରିଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ଏକ କେମେଷ୍ଟ୍ରି ଦେଖିବା ପାଇଁ ମିଳିଥିଲା ।

ରନବୀର କପୁର, ବବି ଦେଓଲ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ଆନିମଲ’ ର ସଫଳତା ପାର୍ଟୀରେ ରଶ୍ମିକା ମନ୍ଦାନାଙ୍କୁ ଗାଲରେ କିସ୍‌ କରୁଥିବାର ନଜର ଆସିଛନ୍ତି । ଏହା ପରେ ଅଭିନେତ୍ରୀ ଅନ୍ୟ ଷ୍ଟାରମାନଙ୍କୁ ମଧ୍ୟ ଭେଟିଥିବାର ନଜର ଆସିଥିଲେ । ତେବେ ଫିଲ୍ମର ଏହି ସଫଳତାକୁ ଦେଖି ଫିଲ୍ମ ନିର୍ମାତା ମାନେ ଏହାର ଏକ ପାର୍ଟି ଆୟୋଜିତ କରିଥିଲେ । ଏହି ପାର୍ଟିରେ ରନବୀର କପୁର ତାଙ୍କ ପୂରା ପରିବାର ସହ ପଞ୍ଚିଥିଲେ ।

ଏହି ଫିଲ୍ମ ‘ଆନିମଲ’ରେ ଅନିଲ କପୁର, ବବି ଦେଓଲ, ଶକ୍ତି କପୁର, ସୁରେଶ ଓବରୋଇ, ପ୍ରେମ ଚୋପ୍ରା ଏବଂ ଟ୍ରୁପ୍ଟି ଡିମ୍ରି ରନବୀର କପୁର ଏବଂ ରଶ୍ମିକା ମନ୍ଦାନାଙ୍କ ସହ ଏହି ସବୁ ଷ୍ଟାର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମଟି ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦୀପ ରେଡ୍ଡୀ ଭଙ୍ଗା, ଯିଏକି ‘କବୀର ସିଂ’ ଏବଂ ‘ଅର୍ଜୁନ ରେଡ୍ଡୀ’ର ନିର୍ଦ୍ଦେଶନା ପାଇଁ ଜଣାଶୁଣା । ଏହି ଫିଲ୍ମ ‘ଆନିମଲ’ ରିଲିଜ୍‌ ହେବା ପରଠାରୁ ଏବେ ପର୍ଯ୍ୟନ୍ତ ଲୋକଙ୍କ ମନରେ ଛାଇ ରହିଛି ।

 

View this post on Instagram

 

A post shared by F I L M Y G Y A N (@filmygyan)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.