ଆସୁଛି ଆଉ ଏକ ପଶ୍ଚିମା ଝଡ଼: ୨୭ ରୁ ବଢିବ ବର୍ଷା, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପଡ଼ିବ ପଶ୍ଚିମା ଝଡ଼ ପ୍ରଭାବ। ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଏଥିସହ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ ।

ଭୁବନେଶ୍ୱର (କେନ୍ୟୁଜ): ମାର୍ଚ୍ଚ ୧୫ ତାରିଖ ଠାରୁ ରIଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ଲାଗି ରହିଛି । ଫଳରେ କିଛି ଦିନ ଧରି ଅସହ୍ୟ ତାତିରୁ ରାଜ୍ୟବାସୀଙ୍କୁ ଆରାମ ମିଳିଛି । କିନ୍ତୁ କାଳବୈଶାଖୀର କୁଆ ପଥରେ ମାଡ଼ରେ,ଅମଳ ହେବାକୁ ଥିବା ଫସଲ ନଷ୍ଟ ହେବା ଯୋଗୁଁ ଚାଷୀକୁଳ ହତାଶ ହେଇଛନ୍ତି ।

ସେପଟେ ଗୋଟିଏ ନ ସରୁଣୁ ଆସୁଛି ଆଉ ଏକ ପଶ୍ଚିମା ଝଡ଼। ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପଡ଼ିବ ପଶ୍ଚିମା ଝଡ଼ ପ୍ରଭାବ। ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଏଥିସହ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ । ୨୭ ତାରିଖରୁ ବର୍ଷାର ବିସ୍ତତି ବୃଦ୍ଧି ପାଇବ । ୨୭ରେ ୧୧ ଉପକୂଳ ଜିଲ୍ଲା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ମଧ୍ୟ ପ୍ରଭାବିତ ହେବ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ଜାରି ରହିବ । ୨୬ ତାରିଖ ପାଇଁ ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ୧୭ ଜିଲ୍ଲାକୁ ବିଜୁଳି ଘଡ଼ଘଡି ସହ ବର୍ଷା ନେଇ ଚେତାବନୀ ଜାରି ହୋଇଛି । ସେହିଭଳି ୨୭ ତାରିଖରେ ୧୯ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.