ଭୁବନେଶ୍ୱର SDJM କୋର୍ଟରେ ଜାମିନ ଆବେଦନ କଲେ ଅର୍ଚ୍ଚନା, କିଛି ସମୟ ମଧ୍ୟରେ ହେବ ଶୁଣାଣି

ଭୁବନେଶ୍ୱର(କେନ୍ୟୁଜ୍): ଜାମିନ ଆବେଦନ କଲେ ଅର୍ଚ୍ଚନା । ଭୁବନେଶ୍ୱର SDJM କୋର୍ଟରେ ଜାମିନ ଆବେଦନ କରିଛନ୍ତି ଲେଡି ବ୍ଲାକମେଲର। କିଛି ସମୟ ମଧ୍ୟରେ ହେବ ଶୁଣାଣି। ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର ଓ ସବ୍ୟସାଚୀ ସୂତାର ଜାମିନ୍‌ ପାଇଁ ଆବେଦନ କରିଛନ୍ତି।

ଏପଟେ ପ୍ରତିଦିନ ସାମ୍ନାକୁ ଆସୁଛି ଅର୍ଚ୍ଚନାଙ୍କ ନୂଆ ନୂଆ ରହସ୍ୟ । ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଛି ଅର୍ଚ୍ଚନାଙ୍କ ବ୍ଲାକମେଲିଂର ଚେର। ଅଧିକ ତଦନ୍ତ ଲାଗି କୋଲକତା ଯାଇପାରେ ପୋଲିସ। ସେକ୍ସ ରାକେଟ କିଙ୍ଗପିନ୍‌ ସୁନୀଲ ମେହେର ସହ ୨ ବର୍ଷ ହେବ ଯୋଗାଯୋଗରେ ଥିଲେ ଅର୍ଚ୍ଚନା। ସୁନୀଲର ନମ୍ବରକୁ ଟ୍ରାକ କରିଛି ପୋଲିସ। ଅର୍ଚ୍ଚନାଙ୍କ ହିଟ୍‌ ଲିଷ୍ଟ୍‍ରେ ଥିଲେ ୫୦ ପ୍ରତିଷ୍ଠିତ ବ୍ୟକ୍ତି । ତାଲିକାରେ ଥିଲେ ରାଜନେତା, ବ୍ୟବସାୟୀ, ବଡ଼ ଫିଲ୍ମ ପ୍ରଯୋଜକ ଓ ବରିଷ୍ଠ ସରକାରୀ ଅଧିକାରୀ । ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କଠାରୁ ଲୁଟିଛନ୍ତି କୋଟିକୋଟି ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.