ଅର୍ଚ୍ଚନା ନାଗ ମାମଲା: ହାଜର ହୋଇପାରନ୍ତି ଜମି ମାଲିକ, କିଭଳି ଜମି କିଣିଥିଲେ ଖୋଳତାଡ କରିବ ଇଡି

ଭୁବନେଶ୍ୱର (କେନ୍ୟୁଜ): ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଜୋରଦାର କରିଛି ଇଡି । ଆଜି ହାଜର ହୋଇପାରନ୍ତି ଜମି ମାଲିକ। ଅର୍ଚ୍ଚନା ଓ ଖଗେଶ୍ୱର ଜମି ମାଲକିଙ୍କ ଠାରୁ ଜମି କିଣିଥିଲେ । କିଭଳି ଜମି କିଣିଥିଲେ? କ୍ୟାସ ରେ ନାଁ ଚେକ୍‌ରେ? ଜମିର ପ୍ରକୃତ ମୂଲ୍ୟଠାରୁ କମ ମୂଲ୍ୟରେ ଜମି କିଣିଥିବା ସୂଚନା ମିଳିଛି। ସେ ଦିଗରେ ଖୋଳତାଡ କରିବ ଇଡି।

ସେହିଭଳି ଆଜି ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇପାରନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ। ପ୍ରମୋଦଙ୍କୁ ପୁଣି ଜେରା କରି ଖୋଲିବ ଅର୍ଚ୍ଚନା ନାଗ ଗୁମର। ହୋଟେଲ ତାଜ ଓଡ଼ିଶାର ମାଲିକ ଶିବ ପ୍ରସାଦ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କୁ ନେଇ ଅନେକ ଗୁମର ଖୋଲିଛନ୍ତି। ଅର୍ଚ୍ଚନାଙ୍କ ସହ ଶିବ ପ୍ରସାଦ ଜମି କିଣା ବିକା ଡିଲ୍‌ରେ ସାମିଲ ଥିବା ସୂଚନା ମିଳିଛି।

ସେହିପରି ପ୍ରମୋଦ ମଧ୍ୟ ଶିବ ପ୍ରସାଦଙ୍କ ସହ ଜମି କିଣା ବିକା କରୁଥିବା ସୂଚନା ମିଳିଛି। ପ୍ରମୋଦଙ୍କ ଅର୍ଚ୍ଚନାଙ୍କ ସହ ମୋଟା ଅଙ୍କର କାରବାର ହୋଇଥିବା ଇଡି ଖବର ପାଇଛି। ସେ ନେଇ ଆଉ ଅଧିକ ପଚରା ଉଚରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏବେ ସୁଦ୍ଧା ୭ଜଣ ଇଡିରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଛନ୍ତି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଖୁବଶୀଘ୍ର ଇଡି ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି ।