ଆଜି ପଦ୍ମପୁର ଉପନିର୍ବାଚନ ପ୍ରଚାରକୁ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବରଗଡ଼ (କେନ୍ୟୁଜ): ପଦ୍ମପୁର ଉପନିର୍ବାଚନ ଦିନ ଯେତିକି ପାଖେଇ ଆସୁଛି ସରଗରମ ହେଉଛି ରାଜନୀତି । ଆସନ୍ତା ୫ ତାରିଖରେ ଉପ ନିର୍ବାଚନ । ଆଜି ବିଜେଡି ସୁପ୍ପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ରେ ନିର୍ଵାଚନୀ ପ୍ରଚାର ପାରିବେ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ଆଜି ମୁଖ୍ୟମନ୍ତ୍ରୀ ୧୦ ଟାରେ ନବୀନ ନିବାସ ରୁ ବାହାରି ୧୧ ଟା ରେ ସତିଭଟ୍ଟା ରେ ପହଞ୍ଚିବେ । ତାପରେ ପ୍ରଥମ ରେ ଝାରବନ୍ଧ ଶକ୍ତି ଛକ ରେ ଥିବା ପଡିଆ ରେ ୧୧.୨୫ ରେ ସାଧାରଣ ସଭାରେ ଯୋଗଦେବେ । ୧୨ .୧୦ ରେ ସେଠାରୁ ବାହାରି ୧୩.୩୦ ରେ ପାଇକମାଲ ହାଇସ୍କୁଲ ପଡ଼ିଆରେ ସାଧାରଣ ସଭାରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।

ପାଇକମାଲ ରେ ୪୫ ମିନିଟ ର କାର୍ଯ୍ୟକ୍ରମ ସାରି ୧.୩୦ ରେ ପଦ୍ମପୁର ରେ ପହଂଚି ନିର୍ଵାଚନୀ ପ୍ରଚାର କରିବେ । ପଦ୍ମପୁର ଉପ ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେଡି , ବିଜେପି ଓ କଂଗ୍ରେସ ମଧ୍ଯରେ ଚାଲିଛି କଡା ଟକ୍କର। ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ନେଇ କିପରି ପ୍ରସ୍ତୁତି ରହିଛି ପାଇକମାଲ ହାଇସ୍କୁଲ ପଡିଆ ରୁ ଵଲାଙ୍ଗିର ବ୍ୟୁରହେର୍ଡ ଚିତ୍ତରଞ୍ଜନ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.