ଟେଷ୍ଟରେ ମ୍ୟାଚ୍‌ରେ ଇତିହାସ ରଚିଲା ଇଂଲଣ୍ଡ, ପ୍ରଥମ ଦିନରେ ୫ ଶହରୁ ଉର୍ଦ୍ଧ୍ୱ ସ୍କୋର୍‌ କରି ୧୧୨ ବର୍ଷର ଭାଙ୍ଗିଲା ରେକର୍ଡ

ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡର ବିରଳ ରେକର୍ଡ । ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡ ବିରାଟ ରେକର୍ଡ କରିଛି । ପ୍ରଥମ ଦିନରେ ୫୦୦ରୁ ଅଧିକ ସ୍କୋର କରି ଭ୍ରମଣକାରୀ ଦଳ ଦୀର୍ଘ ୧୧୨ ବର୍ଷର ରେକର୍ଡ ଭାଙ୍ଗିଛି । ୧୯୧୦ରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଏକ ଟେଷ୍ଟରେ ଅଷ୍ଟ୍ରେଲିଆ ୪୯୪ ରନ୍‌ ସଂଗ୍ରହ କରିଥିଲା । ଇଂଲଣ୍ଡ ପ୍ରଥମ ଦିନରେ ବ୍ୟାଟିଂ କରି ୪ ୱିକେଟ୍‌ ହରାଇ ୫୦୬ ରନ୍‌ ସଂଗ୍ରହ କରିଛି । ଦଳର ୪ ଜଣ ବ୍ୟାଟର ଜାକ୍‌ କ୍ରାଓଲି, ବେନ୍‌ ଡକେତ୍‌, ଓଲି ପୋପ୍‌ ଓ ହ୍ୟାରୀ ବ୍ରୁକ୍‌ ଶତକ ଅର୍ଜନ କରିଥିଲେ । ଷ୍ଟମ୍ପ ଅପସାରଣ ସୁଦ୍ଧା ହ୍ୟାରୀ ବ୍ରୁକ୍‌ ୧୦୧ ରନ୍‌ ଏବଂ ବେନ୍‌ ଷ୍ଟୋକ୍ସ ୩୪ ରନ୍‌ କରି ଅପରାଜିତ ଅଛନ୍ତି ।

ଏହାସହ ଗୋଟିଏ ଦିନରେ ସର୍ବାଧିକ ରନ ହାସଲ କରିବାର ବିଶ୍ୱ ରେକର୍ଡ ନିଜ ନାଁରେ କରିଛି । ୧୯୧୦ ମସିହାରେ ଦ.ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟର ପ୍ରଥମ ଦିନରେ ୬ ୱିକେଟ ହରାଇ ୪୯୪ ରନ ହାସଲ କରିଥିଲା । ଏହିପରି ଇଂଲଣ୍ଡ ଟିମ ୧୧୨ ବର୍ଷ ପୁରୁଣା ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛି ।

ଇଂଲଣ୍ଡ ଟିମ ପାଇଁ ଓପନର ଜ୍ୟାକ କ୍ରଲ ୧୨୨, ବେନ ଡକେଟ ୧୦୭, ଓଲି ପୋପ ୧୦୮ ଏବଂ ହ୍ୟାରୀ ବ୍ରୁକ ଅପରାଜିତ ୧୦୧ ହାସଲ କରିଛନ୍ତି । ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ଯେତେବେଳେ ମ୍ୟାଚର ପ୍ରଥମ ଦିନରେ ହିଁ ଚାରି ବ୍ୟାଟର ଶତକ ହାସଲ କରିଛନ୍ତି । ଏବେ ଇଂଲଣ୍ଡ ଟିମ ଗୋଟିଏ ଇନିଂସରେ ସବୁଠୁ ଅଧିକ ୫ ଶତକ ହାସଲ ରେକର୍ଡ ସହ ବରାବର କରିବାକୁ ଚାହିଁବ । ୧୯୯୫ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅଷ୍ଟ୍ରେଲିଆ ଏବଂ ୨୦୦୧ ମସିହାରେ ବାଂଲାଦେଶ ବିପକ୍ଷରେ ପାକିସ୍ତାନ ଏହା କରିବାରେ ସଫଳ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.