ଅର୍ଚ୍ଚନା ନାଗ ସହଯୋଗୀ ଖଗେଶ୍ୱର ପାତ୍ରକୁ ଉଠାଇନେଲା ଇଡି

ଭୁବନେଶ୍ବର(କେନ୍ୟୁଜ୍): ଅର୍ଚ୍ଚନା ନାଗ ମନିଲଣ୍ଡରିଂ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ । ସହଯୋଗୀ ଖଗେଶ୍ୱର ପାତ୍ରକୁ ବାଲିପାଟଣା ଘରୁ ଉଠାଇ ଆଣି ଇଡି କାର୍ଯ୍ୟାଳୟରେ ପଚରଉଚରା । ଆଜି ଦିନତମାମ ଖଗେଶ୍ୱରର ବାଲିପାଟଣା ଘରେ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଦୀର୍ଘ ୧୨ଘଣ୍ଟାର ଜେରା ପରେ ଆର୍ଥିକ କାରବାର ନେଇ ସଠିକ୍‌ ଉତ୍ତର ଦେଇନପାରିବାରୁ ଉଠାଇ ଆଣିଥିଲା ଇଡି ।

ଆଜି ଅର୍ଚ୍ଚନର ବାପ ଘର ଓ ଶ୍ୱଶୁର ଘର ସମେତ ୬ଟି ସ୍ଥାନରେ ଚଢ଼ାଉ ବେଳେ ବିଭିନ୍ନ ଟ୍ରାଞ୍ଜାକସନ୍‌ର ଡକ୍ୟୁମେଣ୍ଟ ପାଇଛି ଇଡି । ଏଥିସହ କିଛି ମୋବାଇଲ୍‌ ଫୋନ୍‌ ଏବଂ କମ୍ପ୍ୟୁଟର ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.