କେନ୍ଦୁଝର କୁକୁର ବୁଲାଉଥିବା ସମୟରେ ଧାରୁଆ ଅସ୍ତ୍ରରେ ମହିଳାଙ୍କୁ ଆକ୍ରମଣ, ତଦନ୍ତ କରୁଛି ପୋଲିସ

କେନ୍ଦୁଝର(କେନ୍ୟୁଜ୍‌): ଜଣେ ମହିଳା ତାଙ୍କର ପୋଷା କୁକୁରକୁ ନିଜ ଘରପାଖ ବାଡ଼ି ପାଖରେ ବୁଲାଉଥିବା ବେଳେ ଜଣେ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରି ଫେରାର ହୋଇ ଯାଇଥିଲା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଆନନ୍ଦପୁର ପୌରାଞ୍ଚଳର ଗେଟ୍‌ସାହିରେ । ମହିଳା ଜଣଙ୍କ ହେଉଛନ୍ତି ଗେଟ୍‌ସାହିର ବିଜୟ ସାହୁଙ୍କ ପତ୍ନୀ ମମିତା ସାହୁ । ମମିତା ନିଜ ଘର ପାଖ ବାଡ଼ିରେ ପୋଷା କୁକୁରକୁ ବୁଲାଥିବା ସମୟରେ ଜଣେ ମୁଖା ପିନ୍ଧା ଦୁର୍ବୃତ୍ତ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ।ପ୍ରଥମେ ଦୁର୍ବୃତ୍ତ ଜଣକ ମମିତାଙ୍କ ତଣ୍ଟି ଚିପିବାକୁ ଚେଷ୍ଟା କରୁଥିଲା, ସେ ଚିତ୍କାର କରିବାରୁ ଧାରୁଆ ଅସ୍ତ୍ରରେ ମମିତାଙ୍କ ହାତକୁ ହାଣିଦେଇ ଦଉଡ଼ି ପଳାଇଲା। ମମିତାଙ୍କ ହାତରେ ଗଭୀର ଆଘାତ ଲାଗିଥିବାରୁ ଜୋରରେ ରକ୍ତ ସ୍ରାବ ମଧ୍ୟ ହେଉଥିଲା ।

ଖବର ପାଇ ଘଷିପୁରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରଛନ୍ତି । ତେବେ କଣ ପାଇଁ ମମିତାଙ୍କ ଉପରେ ଏଭଳି ମରଣାତ୍ମକ ଆକ୍ରମଣ ହୋଇଛି ତାହା ଏପର୍ଯ୍ୟନ୍ତ ଜଣା ପଡ଼ି ନାହିଁ । ତେବେ ଚୋରି ଉଦ୍ଦେଶ୍ୟରେ ଏଭଳି କାଣ୍ଡ ଦୁର୍ବୃତ ଜଣକ କରିଥିବେ ବୋଲି ଅନୁମାନ କରାଯାଉଛି ।ଘଷିପୁରା ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଳିଛି ଏମିତି ଅନେକ ଘଟଣା । ଦିନ ଦୁଇପହରରେ ଏମିତି ଘଟଣା ବରମ୍ବାର ଘଟୁଛି । ଚୋରି,ଆକ୍ରମଣ ପରି ଅନେକ ଘଟଣା ଘଟୁଛି ହେଲେ ଆଖି ବୁଜି ବସିଛି ପୋଲିସ ପ୍ରଶାସନ । ଏହି ସବୁ ଘଟଣା ଦିନକୁ ଦିନ ବଢ଼ୁଥିବାରୁ ପୋଲିସର କାର୍ଯ୍ୟ ଶୈଳୀ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଆମେ ଆଶା କରିବା ପୋଲିସ ଏହି ପରି ଘଟଣାରେ ଉପଯୁକ୍ତ ତଦନ୍ତ କରି ଏହାର ଯେପରି ପୁନରାବୃତି ନ ହେଉ ତା ଉପରେ ଧ୍ୟାନ ରଖୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.