ଆଫଗାନ୍‌ରେ ମହିଳାଙ୍କ ଉପରେ ବଢ଼ୁଛି ପ୍ରତିବନ୍ଧକ, ସ୍କୁଲ ଚାକିରି ପରେ ଏବେ ପାର୍କ ଓ ମେଳାରେ ମଧ୍ୟ ଏଣ୍ଟ୍ରି ବନ୍ଦ୍‌

ନୂଆଦିଲ୍ଲୀ : ଆଫଗାନ୍‌ସ୍ତାନରେ ତାଲିବାନ ଶାସନ ଚାଲିବା ପରେ ଦେଶରେ ମହିଳାଙ୍କ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ମହିଳମାନେ ବୁର୍ଖାରେ ରହିବା ସହ ଆଧୁନିକ ପୋଷାକ ପିନ୍ଧିବା ଉପରେ ମଧ୍ୟ ପ୍ରତିବନ୍ଧକ ରହିଛି । ଏପରି କି ମହିଳାମାନେ ସ୍କୁଲରେ ଚାକିରି କରିପାରିବେ ନାହିଁ ବୋଲି ମଧ୍ୟ ସରକାର କହିଛନ୍ତି । ଏହା ପୂର୍ବରୁ ମହିଳା ଘର ବାହାରେ କାମ କରି ପାରିବେ ନାହିଁ ବୋଲି ନିୟମ ରହିଥିଲା । ଏବେ ସାର୍ବଜନୀନ ସ୍ଥାନ ଓ ପାର୍କରେ ମହିଳାମାନେ ବୁଲି ପାରିବେ ନାହିଁ ବୋଲି ସରକାର ଘୋଷଣା କରିଛନ୍ତ । ଏହି ନୂଆ ନିୟମ ଗତ ସପ୍ତାହ ତଳେ ଘୋଷଣା କରାଯାଇଛି ।

ସ୍କୁଲରେ ମଧ୍ୟ ଛାତ୍ର ଓ ଛାତ୍ରୀଙ୍କ ମଧ୍ୟରେ ଭେଦଭାବ ଜାରି ରହିଛି । ଝିଅମାନେ ୬ଷ୍ଠ ଶ୍ରେଣୀ ପାସ୍‌ ପରେ ଅଧିକ ପଢ଼ିବାକୁ ଅନୁମତି ଦିଆଯିବନାହିଁ ବୋଲି ସରକାର ନିୟମ କରିଛନ୍ତି । ଜଣେ ମହିଳା କହିଛନ୍ତି, ‘ଏଠାରେ ମିହଳାଙ୍କ ପାଇଁ ସ୍କୁଲ ନାହିଁ କି କାମ । ଆମ ପାଖରେ କେବଳ ଗୋଟିଏ ସ୍ଥାନ ଥିଲା, ଯେଉଁଥିରେ ମଧ୍ୟ ଏଣ୍ଟ୍ରି ବନ୍ଦ କରିଦିଆଗଲା ।’ ଏଠାରେ ମହିଳାମାନେ ତାଲିବାନୀ ଅତ୍ୟାଚାରରେ ଅଣନିଶ୍ୱାଃସୀ ହୋଇ ଗଲେଣି ।
ଖାଲି ସେତିକି ନୁହେଁ ମହିଳାମାନେ ପୁରୁଷଙ୍କ ସହ ମଧ୍ୟ ମନୋରଂଜନ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।

ଆଫଗାନସ୍ତାନରେ ତାଲିବାନ ସରକାର ଆସିବା ପରେ ମହିଳାଙ୍କ ଉପରେ ବହୁ ପ୍ରକାର ପ୍ରତିବନ୍ଧକ ଲଗାଯାଇଛି । ଏଠାରେ ମହିଳାଙ୍କୁ ସ୍କୁଲକୁ ମଧ୍ୟ ଯିବାକୁ ଦିଆଯାଉନାହିଁ । ମହିଳାଙ୍କ ସ୍ୱାଧୀନତା ଉପରେ କେହି ଯଦି ସ୍ୱର ଉଠାଏ,ତେବେ ତାକୁ ବହୁ ନିର୍ଯାତନା ଦିଆଯାଇଥାଏ । ପ୍ରକାଶଯୋଗ୍ୟ ଯେ ୨୦୨୧ ମସିହାରେ ତାଲିବାନ ଆଫଗାନସ୍ତାନକୁ ଦଖଲ କରିବା ପରେ ମହିଳାଙ୍କ ଉପରେ ନିର୍ଯାତନା ବଢ଼ିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.