ଯବାନଙ୍କ ସନ୍ଦେହଜନକ ମୃତ୍ୟୁ, ପିତା ଆଣିଲେ ହତ୍ୟା ଅଭିଯୋଗ

ଯାଜପୁର(କେନ୍ୟୁଜ୍‌) : ବ୍ରହ୍ମବରଦା ଫାଣ୍ଡି ଅଧୀନ ରାୟଧରାପୁର-ବନ୍ଧଢିହ ରାସ୍ତା ପାର୍ଶ୍ବରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ନିକଟସ୍ଥ ଜନକ ଗ୍ରାମର ଶିକ୍ଷକ ମହେଶ୍ୱର ଜେନାସାମନ୍ତଙ୍କ ପୁଅ ଜିତେନ୍ଦ୍ର ଜେନାସାମନ୍ତ ବୋଲି ପରିଚୟ ମିଳିଛି।

ସେ ଭାରତୀୟ ସୀମା ସୁରକ୍ଷା ବାହିନୀରେ କାର୍ଯ୍ୟରତ ଥିବାବେଳେ ୩ଦିନ ପୂର୍ବେ ହାଇଦ୍ରାବାଦରୁ ନିଜ ଗାଁ ଜନକକୁ ଆସିଥିଲେ । କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ତାହା ସନ୍ଦେହଜନକ ସ୍ଥିତିରେ ରହିଛି ।

ସୂଚନାନୁଯାୟୀ,ଗତକାଲି ସନ୍ଧ୍ୟାରୁ ସେ ଘରୁ ବାହାରକୁ ଯାଇ ଆଉ ଫେରି ନଥିଲେ। ଘର ଲୋକେ ରାତିରେ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ତେବେ ଆଜି ସକାଳୁ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ମୃତ୍ୟୁର କାରଣ ସ୍ପଷ୍ଟ ଜଣା ପଡିନଥିବା ବେଳେ ମୃତ ଜିତେନ୍ଦ୍ରଙ୍କ ବାପା ମହେଶ୍ୱର ଜେନାସାମନ୍ତ, ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

ତେବେ ଆଜି ସକାଳୁ ତାଙ୍କ ମୃତଦେହ ରାସ୍ତା ପାର୍ଶ୍ୱରେ ପଡିଥିବାର ଦେଖିବାକୁ ମିଳିଥିଲା। ମୃତ ଦେହ ନିକଟରେ ତାଙ୍କର ବାଇକ ମଧ୍ୟ ପଡିଥିଲା। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ଜଣା ପଡିନଥିବା ବେଳେ ମୃତ ଜିତେନ୍ଦ୍ରଙ୍କ ବାପା ମହେଶ୍ୱର ଜେନାସାମନ୍ତ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଂଚି ମୃତଦେହକୁ ଜବତ କରି ଵ୍ୟଵଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.