ତଟକା ପରିବା ନାଁରେ ଆପଣ ପ୍ରତ୍ୟେକ ଦିନ ଖାଉଛନ୍ତି ବିଷ, ଭାଇରାଲ ହେଉଛି ଅପମିଶ୍ରଣର ଚିତ୍ର

ଜାଣିଛନ୍ତି ଆପଣ ପ୍ରତ୍ୟେକଦିନ ବିଷ ଖାଉଛନ୍ତି। କଣ ଭାବୁଛନ୍ତି ବିଷ କଣ ଖାଉଛନ୍ତି ବୋଲି ଭାବୁଛନ୍ତି କି। ହଁ, ଆପଣ ପ୍ରତିଦିନ ନିଜ ଖାଦ୍ୟରେ ବିଷ ହିଁ ଖାଉଛନ୍ତି। ଆଉ ଏହି ବିଷ ଧିରେ ଧିରେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ତଟକା ବା ଫ୍ରେସ ଭାବି ଆପଣ ବଜାରରୁ କିଣି ଆଣୁଥିବା ପରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଯେ ଭୟଙ୍କର ସେହି କଥା ଆଜି ଜାଣିପାରିବେ। ବିଶ୍ୱାସ କରନ୍ତୁ ଏ ଦୃଶ୍ୟ ଦେଖିଲେ ଆପଣ ବି ଚକିତ ହୋଇଯିବେ।

ଆମକୁ ଡାକ୍ତର ବି ପରାମର୍ଶ ଦିଅନ୍ତି ଉତ୍ତମ  ସ୍ୱାସ୍ଥ୍ୟ ପାଇଁ ଆମକୁ ତଟକା ପନିପରିବା ଖାଇବା ଉଚିତ। ଆମେ ବି ବଜାରକୁ ଯାଆନ୍ତି ଆଉ ତାଜା ତାଜା ପରିବା ଦେଖି କିଣିଆଣନ୍ତି। କିନ୍ତୁ ଏହି ଦୃଶ୍ୟ ଥରେ ଦେଖିଲେ ଆପଣ ବି ଡରିବେ ସବୁଜ ପନିପରିବା କିଣିବାକୁ ଆଉ  ଖାଇବାକୁ। ଦେଖନ୍ତୁ କେମିତି ଝାଉଁଳି ପଡିଥିବା ଶାଗ ମାତ୍ର କେଇ ସେକେଣ୍ଡରେ ତଟକା ହେଇଯାଉଛି। ପ୍ରଥମେ ପ୍ରଥମେ ଏ ଶାଗକୁ ଦେଖି ଲାଗୁଛି ଯେମିତି ଇଏ ଆଉ ଖାଇବା ଯୋଗ୍ୟ ନୁହେଁ। କିନ୍ତୁ ଆଖିପିଛୁଳାକେ ସେଇ ଶାଗ ଏକଦମ୍‌ ଫ୍ରେସ୍‌ ଆଉ  ତଟକା ହେଇଯାଉଛି।

ଭିଡିଓଟି ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ୍‌ ହେଉଛି କିନ୍ତୁ ଏହା କେବେ ଆଉ କେଉଁଠି ତାହା ସ୍ପଷ୍ଟ ହୋଇନି। କିନ୍ତୁ ଏ ଭିଡିଓକୁ ଦେଖିଲା ପରେ ଲାଗୁଛି ଯେପରି ଆମେ ପ୍ରତ୍ୟେକଦିନ ବିଷ ହିଁ ଖାଉଛନ୍ତି। ସବୁ ଜିନିଷରେ ଅପମିଶ୍ରଣ ହେଉଛି, ତେଲରେ ହେଉଛି, କ୍ଷୀରରେ ହେଉଛି କିନ୍ତୁ ଏ ପରିବାରେ ବି ଅପମିଶ୍ରଣ। ଫଳ ପନିପରିବାକୁ ଶୀଘ୍ର ବଢ଼ାଇବା ପାଇଁ ସାର ତ ଦିଆଯାଉଛି। ଯାହା ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ଜାଣି ବି ଜୀବନ ବଞ୍ଚାଇବା ପାଇଁ ଆମେ ଖାଉଛନ୍ତି। କିନ୍ତୁ ଯଦି ଝାଉଁଳି ପଡିଥିବା ଏବଂ ଖାଇବା ଯୋଗ୍ୟ ନଥିବା ପରିବାକୁ କେମିକାଲ ଜରିଆରେ ପୁର୍ନବାର ତାଜା କରାଇଦିଆଉଛି। ତାହେଲେ ଥରେ ଆପଣ ଭାବନ୍ତୁ ଆମେ ପରିବା ନାଁରେ ବିଷ ଖାଉନାହାଁନ୍ତି ତ ଆଉ କଣ ଖାଉଛନ୍ତି।

paribaମୋର ସେହି ଭାଇମାନଙ୍କୁ ଅନୁରୋଧ ଯେଉଁମାନେ ଅପମିଶ୍ରଣ କରୁଛନ୍ତି। କେଇଟା ଟଙ୍କା ଲୋଭରେ ଆପଣ ଏମିତି କାହା ଜୀବନ ସହ ଖେଳନ୍ତୁନାହିଁ। ଆପଣ ପରୋକ୍ଷରେ ନହେଉ ପତ୍ୟେକ୍ଷ ଭାବେ ଆହାର ଯୋଗାଉଛନ୍ତି। ତେଣୁ କାହାର ଆହାରରେ ଏମିତି ବିଷ ଦେଇ ଆପଣ ପାପର ଭାଗିଦାର ହୁଅନ୍ତୁନାହିଁ। ଦୟାକରି ଦୁଇ ପଇସା ଅଧିକ ଟଙ୍କା କମାଇବା ଆଳରେ ଏପରି କରିବା ଠାରୁ ନିବୃତ୍ତ ରୁହନ୍ତୁ।

ଆପଣଙ୍କୁ ବି ଆମେ  ଜଣାଇବାକୁ ଚାହିଁବୁ ଯେ ଆପଣ ଯଦି ପାରୁଛନ୍ତି ନିଜ ବାଡିବଗିଚାରେ ଫଳ ଫୁଲ ପରିବା ଇତ୍ୟାଦି ଲଗାନ୍ତୁ। ସହରାଞ୍ଚଳରେ ରହୁଥିବା ଲୋକେ ଯଦି ବାଡି ନାହିଁ ତାହେଲେ ଆପଣ ନିଜ ଘରର ଛାତ ଉପରେ ବି ପରିବା ଚାଷ କରିପାରିବେ। ଏଥିପାଇଁ କେବଳ ଆପଣଙ୍କୁ ଦରକାର ଟିକିଏ ପରିଶ୍ରମ। ଆପଣ ନିଜ ସବୁ କାମ ସାରି କିଛି ଟାଇମ୍‌ ନିଜ ବଡିବଗିଚାରେ ଏହି ଗଛ ମାନଙ୍କ ପାଖରେ ଦିଅନ୍ତୁ। ଦେଖିବେ ଆପଣଙ୍କ ମନ ବି ଶାନ୍ତ ରହିବ ଆଉ ଆପଣ ତଟକା ପରିବା ବି ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.