Below header

ବଜ୍ରପାତର ପ୍ରକୋପ, ଚାଷ ଜମିରେ ଟଳି ପଡ଼ିଲେ ଦୁଇ ଜଣ ଦୀନବନ୍ଧୁ

ସୋର : ବଜ୍ରପାତରେ ୨ଜଣଙ୍କର ମୃତ୍ୟୁ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳ କହ୍ନେଇବିନ୍ଧା ଗାଁରେ ଏହି ଘଟଣା ଘଟିଛି । ବିଲ କାମ କରୁଥିବା ବେଳେ ବଜ୍ରପାତରେ ଟଳି ପଡ଼ିଥିଲେ ଦୁଇ ଜଣ ଶ୍ରମିକ । କପ୍ତିପଦା ଥାନା ଅନ୍ତର୍ଗତ ଚକ୍ରଧରପୁର ଗାଁର ୭ ଜଣ ଶ୍ରମିକ କହ୍ନେଇବିନ୍ଧା ଗାଁର ବାବୁଲି ମହାରଣାଙ୍କ ଚାଷ ଜମିରେ କାମ କରୁଥିଲେ ।

ତେବେ ଆଜି ଅପରାହ୍ନ ସାଢ଼େ ୩ଟା ବେଳେ ବଜ୍ରପାତ ହେବାରୁ କାମ କରୁଥିବା ବେଳେ ଦୀନବନ୍ଧୁ ହେମ୍ବ୍ରମ୍‌ ଓ ଦୀନବନ୍ଧୁ ନାୟକ ସେହି ବିଲରେ ଟଳି ପଡ଼ିଲେ । ପରେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ସିମୁଳିଆ ମେଡିକାଲକୁ ନିଆଯାଇଥିଲା । ତେବେ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.