Below header

ଚତୁର୍ଥୀ ରାତିର ଅନ୍ତରଙ୍ଗ ଭିଡିଓ ଭାଇରାଲ କରୁଛି ସ୍ୱାମୀ, ସ୍ତ୍ରୀ କମିଶନରେଟ୍‌ ପୋଲିସ୍‌ର ଦ୍ୱାରସ୍ଥ

ଭୁବନେଶ୍ୱର (କେନ୍ୟୁଜ୍‌) : ଇଏ ହେଉଛନ୍ତି ଜଣେ ସାଂଘାତିକ ସ୍ୱାମୀ । ଯିଏ ନିଜ ପତ୍ନୀର ମର୍ଯ୍ୟାଦା ରକ୍ଷା ପାଇଁ ବାହା ବେଦୀରେ ଶପଥ ନେଇଥିଲେ । ହେଲେ ଚତୁର୍ଥୀ ରାତିର ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓକୁ କୁଆଡ଼େ ଭାଇରାଲ କରି ଦେଇଛନ୍ତି । ପୁଣି ବ୍ଲାକ୍‌ମେଲ୍‌ କରି ଲକ୍ଷାଧିକ ଟଙ୍କା ଦାବି କରୁଛନ୍ତି । ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଧମକ ବି ଦେଉଛନ୍ତି । ଏଭଳି ଅଭିଯୋଗ ନେଇ କମିଶନରେଟ୍‌ ପୋଲିସ୍‌ର ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା ମହିଳା ଏବଂ ତାଙ୍କ ମା । ବାଙ୍କୀ ଥାନା ତୁଳସୀପୁର ଅମିତ କୁମାର ରାଉତଙ୍କ ବିରୋଧରେ ତାଙ୍କ ପତ୍ନୀ ଏହି ଅଭିଯୋଗ କରିଛନ୍ତି । ମାମଲାରେ ମହିଳା ଥାନା ମଧ୍ୟ ଅସହଯୋଗ କରୁଥିବା ସେ କହିଛନ୍ତି । ତାଙ୍କୁ ନ୍ୟାୟ ନମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଧମକ ଦେଇଛନ୍ତି । ତେବେ ଏ ନେଇ ସ୍ୱାମୀ ଅମିତଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.