ଭୁବନେଶ୍ୱର ଜୟଦେବ ଭବନରେ ଚିତ୍ରକଳା ପ୍ରଦର୍ଶନୀ, ଯୋଗ ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ଜୟଦେବ ଭବନରେ ଚିତ୍ରକଳା ପ୍ରଦର୍ଶନୀ । ଏହାର ଶୀର୍ଷକ ରହିଥିଲା ‘ନାରୀ’ । ମହିଳାଙ୍କ ଉପରେ ସୁନ୍ଦର ଫଟୋ ପ୍ରଦର୍ଶିତ ହୋଇଛି । ଏଠାରେ ଯୋଗ ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏହି ପ୍ରଦର୍ଶନୀକୁ ପ୍ରସ୍ତୁତ କରିଥିଲେ କିଟ୍‌ ବିଶ୍ୱବିଦ୍ୟାଳୟ ଷ୍ଟୁଡେଣ୍ଟ କାଉନସେଲିଂର ଡାଇରେକ୍ଟର ଡକ୍ଚର ସୁଚେତା ପ୍ରିୟବାଦିନୀ । ତାଙ୍କର ସୁନ୍ଦର ଚିତ୍ରକଳାକୁ ପ୍ରଦର୍ଶିତ କରାଯାଇଥିଲା । ଏହାକୁ ସେ ତାଙ୍କ ମାଆଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ଅବସରରେ କଳିଙ୍ଗ ଆର୍ଟ କଲେଜର ଦୁଇ ଜଣ ଛାତ୍ରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

 

Leave A Reply

Your email address will not be published.