ନିର୍ଭୟା ମାମଲା: କେବେ ପର୍ଯ୍ୟନ୍ତ ବଞ୍ଚିବେ ଅଭିଯୁକ୍ତ? ଜାଣନ୍ତୁ ଦୋଷୀଙ୍କ ପାଖରେ ବାକିଥିବା ଅନ୍ୟ ଆଇନଗତ ବିକଳ୍ପ ସମ୍ପର୍କରେ

ଟଳିଲା ନିର୍ଭୟା ଦୋଷୀଙ୍କ ଫାଶୀ। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଦୋଷୀଙ୍କ ଡେଥ୍‌ ଓ୍ଵାରେଣ୍ଟ ଉପରେ ଆଗାମୀ ଆଦେଶ ପର୍ଯ୍ୟନ୍ତ ରୋକ୍‌ ଲଗାଇଛନ୍ତି। ଅଦାଲତ ଏପର୍ଯ୍ୟନ୍ତ ଫାଶୀ ପାଇଁ କୌଣସି ତାରିଖ ଧାର୍ଯ୍ୟ କରିନାହାନ୍ତି। ଏହି ଫାଶୀ ଟଳିବା ପରେ ନିର୍ଭୟା ଦୋଷୀଙ୍କ ଫାଶୀ ଦ୍ୱିତୀୟ ଥର ପାଇଁ ବନ୍ଦ ହୋଇଛି।

nirbhaya case

ତେବେ ଏହି ଘଟଣା ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ନିର୍ଭୟାଙ୍କ ମା’। ସେ କହିଛନ୍ତି ଯେ ଦୋଷୀଙ୍କ ଓକିଲ ଫାଶୀ ବନ୍ଦ କରିବେ ବୋଲି ମୋତେ ଚେତାବନୀ ଦେଇଥିଲେ ଓ ଏଥିରେ ସେ ସଫଳ ହୋଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଭାରତର ନ୍ୟାୟିକ ବ୍ୟବସ୍ଥା ମଧ୍ୟ ଦୋଷୀଙ୍କ ସାଥ୍‌ ଦେଉଛି, ଯାହା ତାଙ୍କୁ ଖୁବ୍‌ ବାଧିଛି ବୋଲି ସେ କହିଛନ୍ତି। ମାତ୍ର ସେ ଏବେ ବି କୋର୍ଟ ଉପରେ ଭରସା ରଖିଥିବା କହିଛନ୍ତି।

ତେବେ ଆସନ୍ତୁ ଜାଣିବା ଏବେ ନିର୍ଭୟା ଦୋଷୀଙ୍କ ପାଖରେ ଫାଶୀରୁ ବଞ୍ଚିବା ପାଇଁ ଆଉ କି କି ବିକଳ୍ପ ରହିଛି…

ସୁପ୍ରିମକୋର୍ଟ ନିର୍ଭୟାକାଣ୍ଡର ଚାରି ଜଣ ଦୋଷୀଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରି ଦେଇଛନ୍ତି। ଦୋଷୀ ବିନୟ, ମୁକେଶ ଓ ଅକ୍ଷୟଙ୍କ କ୍ୟୁରେଟିଭ୍‌ ପିଟିସନ୍‌କୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ମାତ୍ର ପବନଙ୍କ କ୍ୟୁରେଟିଭ୍‌ ପିଟିସନ୍‌ ଫାଇଲ୍‌ ହେବାକୁ ବାକି ରହିଛି।
ଯଦି ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ ହେଉଛି ତେବେ ଦୋଷୀ ଅକ୍ଷୟ ଓ ପବନ କେବଳ ଦୟା ଆବେଦନ କରିପାରିବେ।

nirbhaya case

ଅର୍ଥାତ୍‌ ଉଭୟ ଦୋଷୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ଦୟା ଆବେଦନ କରିପାରିବେ। ପୂର୍ବରୁ ଦୋଷୀ ମୁକେଶର କ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରି ସାରିଛନ୍ତି। ମାତ୍ର ବିନୟର କ୍ଷମା ପ୍ରାର୍ଥନା ଏବେ ବି ସଂରକ୍ଷିତ ରହିଛି।

ରାଷ୍ଟପତି କ୍ଷମା ଆବେଦନକୁ ଖାରଜ କରିବା ପରେ ମୁକେଶ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ସେଥିରେ ବି ତାଙ୍କୁ ବିଫଳତା ମିଳିଥିଲା ଓ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ଏବେ ମୁକେଶଙ୍କ ବଞ୍ଚିବାର ସମସ୍ତ ରାସ୍ତା ବନ୍ଦ ହୋଇଛି।

निर्भया के दोषी

ଏଣୁ ଏବେ କ୍ୟୁରେଟିଭ୍‌ ପିଟିସନ୍‌ ଓ ରାଷ୍ଟ୍ରପତିଙ୍କ କ୍ଷମା ପ୍ରାର୍ଥନା ଖାରଜ ନ ହେବା ଯାଏଁ ଦୋଷୀଙ୍କୁ ଫାଶୀ ଦେଇହେବ ନାହିଁ। ଅର୍ଥାତ୍‌ ସମସ୍ତ ଦୋଷୀଙ୍କ ନିକଟରେ ଫାଶୀରୁ ବର୍ତ୍ତିବା ପାଇଁ ଆଇନତଃ ବିକଳ୍ପ ରହିଛି।

Leave A Reply

Your email address will not be published.