ମୂର୍ତ୍ତିରେ ଯାଦୁ ଦେଖାଉଛନ୍ତି କାରିଗର, ପରିଶ୍ରମର ଉଚିତ ମୂଲ୍ୟ ନମିଳିଲେ ବି ଖୁସି ଅଛନ୍ତି ଏମାନେ

ଚୌଦ୍ୱାର ଅଞ୍ଚଳରେ ପାଖାପାଖି ପାଞ୍ଚରୁ ଉର୍ଦ୍ଧ୍ୱ କାରଖାନାରେ ମାଟି, ଛଣ, କାଠ, ବାଉଁସ, ସୁତୁଲି ଓ ରଙ୍ଗକୁ ବ୍ୟବହାର କରି ମୂର୍ତ୍ତିି କାରିଗରମାନେ ନିଜର କଳା ଦେଖାଇ ଗଢି ଚାଲିଛନ୍ତି ଅନେକ ସୁନ୍ଦର ସୁନ୍ଦର ମୂର୍ତ୍ତି । ଏହି କାରଖାନାରେ ପାଖାପାଖି ୨୦୦ରୁ ଉର୍ଦ୍ଧ୍ୱ ଗଣେଶଙ୍କ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି ।

ଆଗକୁ ଆସୁଛି ଗଣେଶ ପୂଜା । ସାଙ୍ଗକୁ ରହିଛି ଖୁଦୁରୁକୁଣୀ । ଏନେଇ କାରିଗରମାନେ ମୂର୍ତ୍ତି ଗଢ଼ିବାରେ ବ୍ୟସ୍ତ । ପାର୍ବଣ ଋତୁ ପାଇଁ ଚଳଚଞ୍ଚଳ ସାରା ରାଜ୍ୟ । ଗାଁରୁ ସହର ହୋଇ ଉଠିଛି ଉତ୍ସବ ମୁଖର । ଦିନ କେଇଟା ଗଲେ ଗଣେଶ ପୂଜା । ଏନେଇ ଚୌଦ୍ୱାର ଅଞ୍ଚଳର ବିଭିନ୍ନ ମୂର୍ତ୍ତି ପ୍ରସ୍ତୁତ କାରଖାନାରେ କାରିଗରମାନେ ମୂର୍ତ୍ତି ଗଢ଼ିବାରେ ଲାଗିପଡିଛନ୍ତି । ଏହି ସ୍ଥାନରେ ଏତେ ସୁନ୍ଦର ମୂର୍ତ୍ତି ନିର୍ମାଣ ହୁଏ ଯେ ଦୂର ଦୂରାନ୍ତରରୁ ଲୋକମାନେ ଏଠାକୁ ମୂର୍ତ୍ତି କିଣିବାକୁ ଆସନ୍ତି ।

ଚୌଦ୍ୱାର ଅଞ୍ଚଳରେ ପାଖାପାଖି ପାଞ୍ଚରୁ ଉର୍ଦ୍ଧ୍ୱ କାରଖାନାରେ ମାଟି, ଛଣ, କାଠ, ବାଉଁସ, ସୁତୁଲି ଓ ରଙ୍ଗକୁ ବ୍ୟବହାର କରି ମୂର୍ତ୍ତିି କାରିଗରମାନେ ନିଜର କଳା ଦେଖାଇ ଗଢି ଚାଲିଛନ୍ତି ଅନେକ ସୁନ୍ଦର ସୁନ୍ଦର ମୂର୍ତ୍ତି । ଏହି କାରଖାନାରେ ପାଖାପାଖି ୨୦୦ରୁ ଉର୍ଦ୍ଧ୍ୱ ଗଣେଶଙ୍କ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି । କାମ ଏବେ ବି ଚାଲିଛି । ତେବେ କଟକ ଭୁବେନେଶ୍ୱର ଢ଼େଙ୍କାନାଳ ଓ ଯାଜପୁର ଭଳି ଅନେକ ଜିଲ୍ଲାର ବିଭିନ୍ନ ପୂଜାମଣ୍ଡପରେ ପୂଜା ପାଆନ୍ତି ଏଠାକାର ଗଣେଶ । କୌଳିକ ବୃତ୍ତିକୁ ଧରି ରଖିବା ସହ ନିଜ ଭିତରେ ଥିବା କଳାକୁ ରୂପ ଦେଉଥିବାରୁ ଆନନ୍ଦ ମିଳେ ବୋଲି କାରିଗର ମାନେ ଖୁସି ହୁଅନ୍ତି । ତାଙ୍କ ପରିଶ୍ରମର ଉପଯୁକ୍ତ ମୂଲ୍ୟ ନମିଳିଲେ ବି ଲୋକଙ୍କ ଠାରୁ ମିଳୁଥିବା ପ୍ରଶଂସା ସେମାନଙ୍କୁ ଆନନ୍ଦ ଦିଏ ବୋଲି କାରିଗର ମାନେ ପ୍ରକାଶ କରିଛନ୍ତି ।

ପବିତ୍ର ଶ୍ରୀଗୁଣ୍ଡିଚାରୁ ଆରମ୍ଭ ହୋଇଥାଏ ଗଣେଶ, ଖୁଦୁରୁକୁଣୀ ଏବଂ ବିଶ୍ୱକର୍ମା ଆଦି ମୂର୍ତ୍ତି ଗଢ଼ା କାର୍ଯ୍ୟ । ମୂର୍ତ୍ତି କାରିଗରମାନେ ନିକଟରେ ଥିବା ନଦୀ ପାଖରୁ ମାଟି ଅନୁକଳ ଶହ ଖାଡ଼ମା ପ୍ରସ୍ତୁତ କରିଥାନ୍ତି । ପରେ ନଡା ବନ୍ଧା ସହ ଏକମାଟିଆ ଦୋମାଟିଆ ପରେ ଖାଡ଼ି ଓ ରଙ୍ଗ ଦେଇ ମୂର୍ତ୍ତି ଗୁଡିକୁ ପ୍ରସ୍ତୁତ କରିଥାନ୍ତି । ଏହି ଅଞ୍ଚଳର ପାଖାପାଖି ୫୦ରୁ ଉର୍ଦ୍ଧ୍ୱ ପରିବାର ଏହି ବୃତ୍ତି ମାଧ୍ୟମରେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଦିନକୁ ଦିନ ଦରଦାମ ବଢ଼ୁଥିବା ବେଳେ ମୂର୍ତ୍ତିର ସେହି ଅନୁସାରେ ମୂଲ୍ୟ ନବଢିବାରୁ କାରିଗରଙ୍କୁ ପରିବାର ଚଳେଇବା କଷ୍ଟ ହେଉଛି । ସବୁ କାରଖାନାରେ ଏହି ମୂର୍ତ୍ତି ଦେଖିବା ପାଇଁ ଦେଖେଣହାରୀଙ୍କ ସୁଅ ଛୁଟେ । ପାର୍ବଣ ଋତୁ ସରିଲେ ଏମାନଙ୍କ ଦୁଃଖ ପୁଣି ବଢ଼ିଯାଏ । କିନ୍ତୁ ପରିବାର ଚଳେଇବା ପାଇଁ ବର୍ଷ ସାରା ହାଣ୍ଡି ମାଠିଆ ଗଢ଼ି ନହେଲେ ମନ୍ଦିର ରଙ୍ଗ ଓ ବିଭିନ୍ନ କାମ କରି ନିଜର ଗୁଜୁରାଣ ମେଣ୍ଟାନ୍ତି ଏହି କାରିଗର । ବହୁ ଦୁଃଖ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିବା ବେଳେ ମୂର୍ତ୍ତିର ମୂଲ୍ୟ ନବଢ଼ିବାରୁ ଏମାନଙ୍କ ଦୁଃଖ ସରୁନି । ଯଦି ଏମାନଙ୍କୁ ଉଚିତ ପାରିଶ୍ରମିକ ମିଳନ୍ତା ଏମାନଙ୍କ କଳାର ଯାଦୁ ଅଧିକ ଦେଖିବାକୁ ମିଳନ୍ତା ବୋଲି ଆଶା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.