Below header

ଉଡ଼ାଣର କିଛି ସମୟ ପରେ ଜରୁରୀ ଅବତରଣ କଲା Air Asia ବିମାନ, ଅଳ୍ପକେ ରକ୍ଷା ପାଇଲା ୧୬୮ ଯାତ୍ରୀଙ୍କ ଜୀବନ

ଏୟାର ଏସିଆ ବିମାନର ଜରୁରୀ ଅବତରଣ। କେରଳରେ ରବିବାର ରାତିରେ ଏକ ବଡ଼ ବିମାନ ଦୁର୍ଘଟଣା ଟଳିଯାଇଛି। କୋଚିନ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡ଼ାଣ ଭରିବାର କିଛି ସମୟ ପରେ ଏୟାର ଏସିଆର ଏକ ବିମାନ ଜରୁରୀକାଳୀନ ଅବତରଣ କରିଥିଲା।

ଏୟାର ଏସିଆ ବିମାନର ଜରୁରୀ ଅବତରଣ। କେରଳରେ ରବିବାର ରାତିରେ ଏକ ବଡ଼ ବିମାନ ଦୁର୍ଘଟଣା ଟଳିଯାଇଛି। କୋଚିନ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡ଼ାଣ ଭରିବାର କିଛି ସମୟ ପରେ ଏୟାର ଏସିଆର ଏକ ବିମାନ ଜରୁରୀକାଳୀନ ଅବତରଣ କରିଥିଲା। ଏଥିଯୋଗୁ ବିମାନରେ ଥିବା ୧୬୮ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ବୈଷୟିକ ତ୍ରୁଟି କାରଣରୁ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ ହୋଇଥିବା ଅଧିକାରୀମାନେ କହିଛନ୍ତି।

ସୂଚନା ମୁତାବକ, ରବିବାର ରାତି ପ୍ରାୟ ୧୧ଟାରେ କେରଳର କୋଚିସ୍ଥିତ କୋଚିନ୍‌ ଏୟାରପୋର୍ଟରୁ ବେଙ୍ଗାଲୁରୁ ପାଇଁ ଏୟାର ଏସିଆର ବିମାନ ଉଡ଼ାଣ ଭରିଥିଲା। ଉଡ଼ାଣର କିଛି ସମୟ ପରେ ହିଁ ଏହାକୁ ପୁନଃ ଲ୍ୟାଣ୍ଡିଂ କରାଯାଇଥିଲା। ବିମାନ କମ୍ପାନୀ ଏବଂ ଏୟାରପୋର୍ଟ ଅଧିକାରୀମାନେ କହିଛନ୍ତି କି, ବିମାନରେ ହାଇଡ୍ରୋଲିକ୍‌ର ସମସ୍ୟା ଦେଖାଦେଇଥିଲା।

ବିମାନରେ ୧୬୮ ଜଣ ଯାତ୍ରୀଙ୍କ ସହ ଚାଳକ ଦଳର ୬ ଜଣ ସଦସ୍ୟ ଥିଲେ। ଯେତେବେଳେ ଯାତ୍ରୀମାନେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଥିଲେ, ସେତେବେଳେ ଭୟଭୀତ ହୋଇପଡ଼ିଥିଲେ। ତେବେ ବିମାନକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡ୍‌ କରାଯାଇଥିବା ଅଧିକାରୀମାନେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.