ପୁଅ ପାଇଁ ବୁମରାଙ୍କୁ ଉପହାର ଦେଲେ ଶାହିନ ଶାହା ଆଫ୍ରିଦି, ସମସ୍ତେ କରୁଛନ୍ତି ପ୍ରଶଂସା : ଭିଡିଓ ଭାଇରଲ

ଭାରତୀୟ ଟିମର ଷ୍ଟାର ବୋଲର ଜସପ୍ରୀତ ବୁମରା ନିକଟରେ ବାପା ହୋଇଛନ୍ତି । ଆଉ ଏହି ଖୁସିରେ ବୁମରାଙ୍କ ପୁଅ ପାଇଁ ଉପହାର ଦେଇଛନ୍ତି ପାକିସ୍ତାନ ଖେଳାଳି ଶାହିନ ଶାହା ଆଫ୍ରିଦି । ଏହାର ଭିଡିଓ ପିସିବି ଟ୍ଵିଟରରେ ସେୟାର କରିଛି ।

ବାପା ହେବା ଖୁସିରେ ବୁମରାଙ୍କ ଉପହାର ଦେଲେ ପାକିସ୍ତାନୀ କ୍ରିକେଟର ଶାହିନ ଶାହା ଆଫ୍ରିଦି । ବୁମରାଙ୍କ ପୁଅ ଅଙ୍ଗଦ ପାଇଁ କିଛି ଉପହାର ଦେଇଛନ୍ତି ଆଫ୍ରିଦି । ଭାରତୀୟ ଟିମର ଷ୍ଟାର ବୋଲର ଜସପ୍ରୀତ ବୁମରା ନିକଟରେ ବାପା ହୋଇଛନ୍ତି । ଆଉ ଏହି କାରଣ ଯୋଗୁଁ ଏସିଆ କପରେ ନେପାଳ ବିପକ୍ଷ ମ୍ୟାଚ୍‌ ନ ଖେଳି ଭାରତ ଫେରିଆସିଥିଲେ ବୁମରା । ବୁମରା ବାପା ହେବା ପରେ ପୁଣି ଟିମକୁ କମବ୍ୟାକ୍‌ କରିଛନ୍ତି । ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ ଶ୍ରୀଲଙ୍କାରେ ଖେଳାଯାଉଥିବା ମ୍ୟାଚରେ ବର୍ଷା ଲଗାତାର ବାଧକ ସାଜୁଛି । ଲଗାତାର ବର୍ଷା ହେତୁ ରବିବାର ଅନୁଷ୍ଠିତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଏସିଆ କପ୍ କ୍ରିକେଟ୍ ଟୁର୍ନାମେଣ୍ଟର ସୁପର ଫୋର୍ ମ୍ୟାଚ୍ ରିଜର୍ଭ ଦିନକୁ ସ୍ଥଗିତ ରଖିବାକୁ ପଡିଥିଲା ।

ପାକିସ୍ତାନର ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦି ଏବଂ ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କୁ କିଛି ଉପହାର ଦେଉଥିବା ପିସିବି ଟ୍ଵିଟର ହ୍ୟାଣ୍ଡେଲରେ ଦେଖିବାକୁ ମିଳିଛି । ଆଫ୍ରିଦି ବୁମରାଙ୍କୁ ବାପା ହେବାର ଅଭିନନ୍ଦନ ଜଣାଇଛନ୍ତି । ଯାହାର ଭିଡିଓ ଦେଖବାକୁ ମିଳିଛି ।

ସୂଚନାଯୋଗ୍ୟ, ପ୍ରେମଦାସ ଷ୍ଟାଡିୟମରେ ବର୍ଷା ଯୋଗୁଁ ଭାରତ-ପାକିସ୍ତାନ ମ୍ୟାଚ ବନ୍ଦ ହେବା ବେଳକୁ ଭାରତ ୨୪.୧ ଓଭରରେ ଦୁଇଟି ୱିକେଟ୍ ପାଇଁ ୧୪୭ ରନ୍ କରିଥିଲା। ଆଜି ପୁଣି ଅପରାହ୍ନ ୩ ଟାରୁ ମ୍ୟାଚ୍ ପୁଣି ଆରମ୍ଭ ହେବ । ଗତକାଲି ବର୍ଷା ପୂର୍ବରୁ ମ୍ୟାଚରେ ବିରାଟ କୋହଲି(୮) ଏବଂ କେ.ଏଲ୍ ରାହୁଲ ୧୭ ରନ୍ ସ୍କୋର୍ କରି ଅପରାଜିତ ରହିଛନ୍ତି । ଏହା ପୁର୍ବରୁ ଓପନର ରୋହିତ ଶର୍ମା (୫୬) ଏବଂ ଶୁଭମନ ଗିଲ୍ (୫୮) ରନ୍ ସ୍କୋର୍ କରି ଆଉଟ୍ ହୋଇଥିଲେ ।

ବୁମରା ୨୦୧୯ରେ ସଞ୍ଜନାଙ୍କ ସହିତ ଦେଖାହୋଇଥିଲେ । ଏହା ପରେ ୨୦୨୧ ମାର୍ଚ୍ଚ ୧୫ ତାରିଖରେ ବୁମରା ଏବଂ ସଞ୍ଜନାଙ୍କ ବିବାହ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.