ସୁପରଷ୍ଟାର ପବନ କଲ୍ୟାଣଙ୍କୁ ରୋକିଲା ପୋଲିସ୍, ରାସ୍ତା ଉପରେ ଶୋଇ ଦେଲେ ଧାରଣା

ଫିଲ୍ମ ଷ୍ଟାଇଲରେ ରାସ୍ତା ଉପରେ ଶୋଇପଡିଲେ ସାଉଥ ଷ୍ଟାର ପବନ କଲ୍ୟାଣ ।ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫକୁ ବିରୋଧ କରିଥିବାରୁ ସୁପରଷ୍ଟାର ପବନ କଲ୍ୟାଣଙ୍କୁ ରୋକିଲା ଆନ୍ଧ୍ର ପୋଲିସ୍ । ଯାହାର ପ୍ରତିବାଦରେ ରାସ୍ତା ଉପରେ ଶୋଇଲେ ପାୱାର ଷ୍ଟାର ।

ତେଲୁଗୁ ଦେଶମ ପାର୍ଟି(ଟିଡିପି)ର ଅଧ୍ୟକ୍ଷ ଏନ ଚନ୍ଦ୍ରବାବୁ ନାଇଡୁ ଗିରଫ ହେବା ପରେ ବନ୍ଦ ଡାକରା ଦିଆଯାଇଛି । ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫକୁ ବିରୋଧ କରିଥିବାରୁ ସୁପରଷ୍ଟାର ପବନ କଲ୍ୟାଣଙ୍କୁ ରୋକିଲା ଆନ୍ଧ୍ର ପୋଲିସ୍ । ଯାହାର ପ୍ରତିବାଦରେ ରାସ୍ତା ଉପରେ ଶୋଇଲେ ପାୱାର ଷ୍ଟାର । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ପୋଲିସ ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ କରିନାହିଁ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀକୁ ବିରୋଧ କରି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଜନସେନା ପାର୍ଟିର ସଭାପତି ହେଉଛନ୍ତି ପବନ କଲ୍ୟାଣ । ଚନ୍ଦ୍ରବାବୁ ଗିରଫ ହେବା ପରେ ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଉଥିବା ବେଳେ ପବନ କଲ୍ୟାଣ ମଧ୍ୟ ବିରୋଧ କରିଛନ୍ତି । ସେ ପ୍ରତିବାଦ କରିବା ପାଇଁ ବିଜୟୱାଡ଼ା ଆସୁଥିବା ବେଳେ ତାଙ୍କୁ ପୋଲିସ୍ ଅଟକାଇବା ସହ ତାଙ୍କୁ ହେପାଜତକୁ ନେଇଥିଲା । ଶନିବାର ଦିନ ପ୍ରଥମେ ପବନ କଲ୍ୟାଣ ସ୍ବତନ୍ତ୍ର ବିମାନ ଯୋଗେ ହାଇଦ୍ରାବାଦରୁ ଗନ୍ନାଭରମ ବିମାନ ବନ୍ଦରକୁ ଆନ୍ଧ୍ର ଯିବାର ଥିଲା । ହେଲେ ପୋଲିସ୍ ତାଙ୍କୁ ଯିବାକୁ ଦେଇ ନଥିଲା । ସେ ସଡ଼କ ପଥରେ ନିଜ ପାର୍ଟିର କର୍ମକର୍ତ୍ତାଙ୍କ ସହ ଯିବା ବେଳେ ପୋଲିସ୍ ତାଙ୍କୁ ରୋକିବାରୁ ସେ ଚାଲି ଚାଲି ଯାଉଥିଲେ । ସେତେବେଳ ପୋଲିସ ତାଙ୍କୁ ଅଟକାଇବାରୁ ରାସ୍ତା ଉପରେ ଶୋଇ ପଡ଼ିଥିଲେ । ସୁରକ୍ଷା ଦୃଷ୍ଟିରୁ ପବନ କଲ୍ୟାଣଙ୍କୁ ହେପାଜତକୁ ନିଆଯାଇଛି ବୋଲି ପୋଲିସ୍ ତରଫରୁ କୁହାଯାଇଛି ।

ସୂଚନାଯୋଗ୍ୟ, ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ୨୩ ସେପ୍ଟେମ୍ବର ଯାଏ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଛି। ଚନ୍ଦ୍ରବାବୁ ନାଇଡୁଙ୍କୁ ଶନିବାର ସକାଳେ ଗିରଫ କରାଯାଇଥିଲା । ଶ୍ରୀ ନାଇଡୁଙ୍କୁ ରାଜମୁନ୍ଦ୍ରୀ ସେଣ୍ଟ୍ରାଲ ଜେଲକୁ ପଠାଯିବା ନେଇ ସମ୍ଭାବନା ରହିଛି । ଶ୍ରୀ ନାଇଡୁଙ୍କ ଉପରେ ୩୭୧ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ରହିଛି । ଦକ୍ଷତା ବିକାଶ ନିଗମ ଦୁର୍ନୀତିରେ ରାଜ୍ୟ ସରକାରଙ୍କ ୩୦୦ କୋଟି ଟଙ୍କା କ୍ଷତି ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା । ଶ୍ରୀ ନାଇଡୁଙ୍କୁ ଆଇପିସି ଧାରା ୧୨୦ ବି(ଅପରାଧିକ ଷଡଯନ୍ତ୍ର), ୪୨୦(ଦୁର୍ନୀତି) ଓ ୪୬୫ (ଜାଲ ଷଡଯନ୍ତ୍ର) ସହିତ ଅନ୍ୟ ଗୁରୁତର ଦଫାରେ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.