ନାଇଜେରିଆରେ ଡଙ୍ଗା ବୁଡି ୨୬ ମୃତ, ଅନେକ ନିଖୋଜ

ଡଙ୍ଗାରେ ଆବଶ୍ୟକତା ଠାରୁ ଅଧିକ ଲୋକ ବସିବା ଯୋଗୁଁ ବୁଡିଗଲା ଡଙ୍ଗା । ଡଙ୍ଗାରେ ୧୦୦ ଜଣ ରହିଥିବା ବେଳେ ୩୦ ଜଣ ଉଦ୍ଧାର ହୋଇଥିବା ବେଳେ ଅନେକ ନିଖୋଜ ଥିବା ଜଣାପଡିଛି । ସେମାନଙ୍କୁ ଖୋଜାଚାଲିଛି ।

ନାଇଜେରିଆରେ ଡଙ୍ଗା ଦୁର୍ଘଟଣାରେ ୨୬ ଜଣଙ୍କର ପ୍ରାଣ ଚାଲିଯାଇଛି । ଘଟଣାରେ ଅନେକ ଲୋକ ନିଖୋଜ ଥିବା କୁହାଯାଉଛି । ସେମାନଙ୍କୁ ଖୋଜାଚାଲିଛି । ରବିବାର ଦିନ ଉତ୍ତର ମଧ୍ୟରେ ଥିବା ଏକ ସମୁଦ୍ରରେ ଡଙ୍ଗା ବୁଡିଯିବା ଯୋଗୁଁ ୨୬ ଜଣଙ୍କର ପ୍ରାଣ ଚାଲିଯାଇଛି । ଗତ ୩ ମାସରେ ଏହା ଦ୍ୱିତୀୟ ଘଟଣା ।

ଖବର ମୁତାବକ, ନାଇଜେରିଆର ନାଇଜର ରାଜ୍ୟର ଗର୍ଭନରଙ୍କ ପ୍ରବକ୍ତା ବୋଲଗୀ ଇବ୍ରାହିମ କହିଛନ୍ତି, ଦୁର୍ଘଟଣାର ଶିକାର ହୋଇଥିବା ଡଙ୍ଗାରେ ୧୦୦ରୁ ଅଧିକ ଲୋକ ରହିଥିଲେ । ଡଙ୍ଗାରେ ଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ପିଲା ସାମିଲ ରହିଛନ୍ତି । ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ଚାଷୀ ରହିଥିବା ଜଣାପଡିଛି । ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି ।

ସୂଚନାଯୋଗ୍ୟ, ଜୁଲାଇରେ ଡଙ୍ଗା ବୁଡିବା ଯୋଗୁଁ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଡଙ୍ଗାରେ ଦରକାର ଠାରୁ ଅଧିକ ରହିଥିବା ଯୋଗୁଁ ଏଭଳି ଅଘଟଣ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.