Below header

ଶିକ୍ଷା କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ: ନବମ ଏବଂ ଦଶମ ଶ୍ରେଣୀ ଛାତ୍ର-ଛାତ୍ରୀଙ୍କୁ ମାଗଣା ପାଠ୍ଯପୁସ୍ତକ ଏବଂ ୟୁନିଫର୍ମ ଯୋଗାଇବାରେ କେନ୍ଦୁଝର ରାଜ୍ଯର ପ୍ରଥମ ଜିଲ୍ଲା

କେନ୍ଦୁଝର: ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ଯାଳୟରେ ପଢୁଥିବା ସମସ୍ତ ନବମ ଏବଂ ଦଶମ ଶ୍ରେଣୀ ଛାତ୍ର-ଛାତ୍ରୀଙ୍କୁ ମାଗଣା ପାଠ୍ଯପୁସ୍ତକ ଏବଂ ୟୁନିଫର୍ମ ଯୋଗାଇବାରେ କେନ୍ଦୁଝର ରାଜ୍ଯର ପ୍ରଥମ ଜିଲ୍ଲା ଭାବେ ପରିଚୟ ଲାଭ କରିଛି । ମହାମାରୀ ପରବର୍ତ୍ତୀ ସମୟରେ ବିଦ୍ଯାଳୟ ଖୋଲିବା ପରେ ମଧ୍ଯାହ୍ନ ଭୋଜନ ଯୋଜନାରେ ନବମ ଏବଂ ଦଶମ ଶ୍ରେଣୀ ଶିକ୍ଷାର୍ଥୀଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଥିବା କୁହାଯାଇଛି  ।

ଏହାସହ BSE ପରୀକ୍ଷାରେ ରଖିଥିବା ମାର୍କ ଅନୁଯାୟୀ ଦଶମ ଶ୍ରେଣୀ ଶିକ୍ଷାର୍ଥୀଙ୍କୁ ୧୦,୦୦୦ରୁ ଆରମ୍ଭ କରି ୪୦,୦୦୦ ଟଙ୍କା ପର୍ଯ୍ଯନ୍ତ ପ୍ରଦର୍ଶନ ଭିତ୍ତିକ ଛାତ୍ର ବ୍ରୁତି ପ୍ରଦାନ କରାଯିବ। ଏହି ପଦକ୍ଷେପ ଦ୍ବାରା କେନ୍ଦୁଝର ଜିଲ୍ଲାର ୫୦,୦୦୦ ରୁ ଊର୍ଦ୍ଧ୍ବ ନମବ ଓ ଦଶମ ଷାରଣୀ ଛାତ୍ର-ଛାତ୍ରୀ ଉପକରୁତ ହେବେ।

ଏହାସହ ଅଷ୍ଟମ ଶ୍ରେଣୀ ପରେ ଛାତ୍ର-ଛାତ୍ରୀଙ୍କ ଡ୍ରପ୍ ଆଉଟ୍ ରୋକିବା, କିଶୋରମାନଙ୍କ ପୁଷ୍ଟିକର ଆବଶ୍ଯକତାକୁ ଦୂର କରିବା ଏବଂ ଦଶମ ଶ୍ରେଣୀ ପରେ ଉଚ୍ଚ ଅଧ୍ଯୟନ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ଲକ୍ଷରେ DMF ଫଣ୍ଡ ଅଧିନରେ ୨୨ କୋଟି ଟଙ୍କା ବ୍ଯବୟରେ ଏହି ଯୋଜନା କାର୍ଯ୍ଯକାରୀ କରାଯାଇଛି।

ଏହିସବୁ ସୁବିଧା ପାଇବା ପାଇଁ ଛାତ୍ର-ଛାତ୍ରୀମାନେ ନିକଟସ୍ଥ ଉଚ୍ଚ ବିଦ୍ଯାଳୟରେ ଆସନ୍ତା ଅଗଷ୍ଟ ୧୪ ତାରିଖ ସୁଦ୍ଧା ନାମ ପଞ୍ଜିକରଣ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.