Below header

ମା’ ଆଗରେ ଚାଲିଗଲେ ପୁଅ ବିଜୟ, ଅଭିନୟ କରୁଛି ବୋଲି ଭାବି ଜଳ ଜଳ କରି ଚାହିଁ ରହୁଛନ୍ତି ଟିଭିକୁ

କେନ୍ଯୁଜ୍: ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ଗତ ରାତିରେ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ପରେ ଚଳଚ୍ଚିତ୍ର ଜଗତ ତଥା କଳାକାରମାନଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଶୋକାକୁଳ ପରିବେଶ ଭିତରେ ତାଙ୍କ ପରିବାର ରହିଥିବା ବେଳେ ବାଲେଶ୍ଵର ରେମୁଣାରେ ରହୁଥିବା ବିଜୟଙ୍କ ସାନ ଭାଇ ଅଜୟ ମହାନ୍ତିଙ୍କ ବାସଭବନରେ ବିଜୟଙ୍କ ମାଆ ରହୁଛନ୍ତି । ବାୟସାଧିକ କାରଣରୁ ସେ ରୋଗାଗ୍ରସ୍ତ ଥିବାରୁ ପୁଅ ବିଜୟ ମହାନ୍ତିଙ୍କ ଦେହାନ୍ତ ଖବର ମାଆ ଶାନ୍ତିଲତା ମହାନ୍ତି ଜାଣି ପାରିନାହାନ୍ତି । କେବଳ ଟିଭିକୁ ଜଳ ଜଳ କରି ଚାହିଁ ରହୁଛନ୍ତି ମାଆ ଶାନ୍ତିଲତା ମହାନ୍ତି । କେବଳ କହୁଛନ୍ତି ବିଜୟ ମୋହର ପୁଅ ସେ ବହୁତ୍ ସିନେମା କରିଛନ୍ତି । ମୋ ବୋହୂ ବି  ସିନେମା କରେ । ଆଉ ତାଙ୍କୁ ମୁଁ ଟିଭିରେ ଦେଖେ । ବିଜୟ ମହାନ୍ତିଙ୍କ ସାନ ଭାଇଙ୍କ ସ୍ତ୍ରୀଙ୍କ କହିବା କଥା, ସେ ୫ ମାସ ତଳେ ଘରକୁ ଆସିଥିଲେ । ଆଉ ଆମେ ସମସ୍ତେ ମିଶି ତାଙ୍କୁ ଶେଷଥର ହାଇଦ୍ରାବାଦ୍ ରେ ଭେଟି ଥିଲୁ । ଏବେ ଆମ ଘର ଶ୍ବଶୁରଙ୍କ ପରେ ମୁରବୀ ଶୂନ୍ୟ ହୋଇଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.