ରାଜଧାନୀରେ ଚାଞ୍ଚଲ୍ୟ: ଲକ୍‌ ଡାଉନ ସମୟରେ ବାପୁଜୀ ନଗରରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୁତ୍ତ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ବାପୁଜୀ ନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ପୂର୍ବ ଶତ୍ରୁତାକୁ ନେଇ ନେଇ ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ଦିନବେଳେ, ଲକ୍‌ ଡାଉନ ସମୟରେ, ଭୁବନେଶ୍ୱରର ଛାତି ଉପରେ କିଛି ଯୁବକ ଗୋଡାଇ ଗୋଡାଇ ଏଭଳି ଆକ୍ରମଣ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଅଭିଯୁକ୍ତ ଫେରାର ଥିବା ବେଳେ ଗୁରୁତର ଅବସ୍ଥାରେ ଯୁବକଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତିି କରାଯାଇଛି । କ୍ୟାପିଟାଲ ଥାନା ପୋଲିସ ଅଧଧିକ ଖୋତଳାଡ ଚଲାଇଛି ।

ମିଳିଥିବା ଖବର ଅନୁଯାୟୀ, ବାପୁଜି ନଗର ସ୍ଥିତ ରଡ଼ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ହିଁ ଏହି ମରଣାନ୍ତକ ଆକ୍ରମଣ ଘଟଣା ଘଟିଛି । ଆସ୍କା-40 ମଦ ପାଇଁ ଦୁଇ ଜଣଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳ ହଣାକଟାର ରୁପ ନେଇଛି। ଆଜି ସକାଳେ ୯.୩୦ ରେ ପି.ନରସିଂହ ସହ ଗଣ୍ଡଗୋଳ ହୋଇଥିଲା ସୁରେନ୍ଦ୍ର ଦାସ ସହ ଓ ସେହି ସମୟରେ ପି.ନରସିଂହ ସୁରେନ୍ଦ୍ରର ହାତକୁ ହାଣି ଥିଲା। ପରେ ତାହାକୁ ଦେଖି

ସୁରେନ୍ଦ୍ରର ବଡ ପୁଅ ଶିଵ ଦାସ ପି.ନରସିଂହଆକ୍ରୋସ ମୁଳକ ଭାବେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ପ୍ରକାଶ କରିଛି । ଫଳରେ ପି. ନରସିଂହ ଗୁରୁତର ଆହତ ହୋଇଛନ୍ତି । ଆହତ ଅବସ୍ଥାରେ ପୋଲିସ ତାକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ପି.ନରସିଂହଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.