Below header

ଦାଦା ବଟି ନ ମିଳିବାରୁ ୭ କିଲୋମିଟର ପିଚୁ ରାସ୍ତାକୁ ଖୋଳିଦେଲେ ଏମଏଲଏଙ୍କ ସମର୍ଥକ

ଗୁଣ୍ଡା ବଟି ନ ମିଳିବାରୁ ନୂଆ ପିଚୁ ରାସ୍ତାକୁ ଖୋଳି ଦେଇଛନ୍ତି  ଏମଏଲଏଙ୍କ ସହଯୋଗୀ । ଏପରି ଘଟଣା ଘଟିଛି ଉତ୍ତର ପ୍ରଦେଶର ସାହାଜାନପୁରରେ । ଏକ ନୂଆ ପିଚୁ ରାସ୍ତା ନିର୍ମାଣ ପରେ କଣ୍ଟ୍ରାକ୍ଟରଙ୍କୁ ଦାଦା ବଟି ମାଗିଥିଲେ ଜଣେ ଏମଏଲଏଙ୍କର କିଛି ସହଯୋଗୀ ।

ବରେଲି : ଗୁଣ୍ଡା ବଟି ନ ମିଳିବାରୁ ନୂଆ ପିଚୁ ରାସ୍ତାକୁ ଖୋଳି ଦେଇଛନ୍ତି  ଏମଏଲଏଙ୍କ ସହଯୋଗୀ । ଏପରି ଘଟଣା ଘଟିଛି ଉତ୍ତର ପ୍ରଦେଶର ସାହାଜାନପୁରରେ । ଏକ ନୂଆ ପିଚୁ ରାସ୍ତା ନିର୍ମାଣ ପରେ କଣ୍ଟ୍ରାକ୍ଟରଙ୍କୁ ଦାଦା ବଟି ମାଗିଥିଲେ ଜଣେ ଏମଏଲଏଙ୍କର କିଛି ସହଯୋଗୀ । ହେଲେ ଯେତେବେଳେ କଣ୍ଟ୍ରାକ୍ଟର ଦାଦା ବଟି ଦେବାକୁ ମନା କରିଦେଲେ । ଏମଏଲଏଙ୍କ ଏହି ସହଯୋଗୀମାନେ ନୂତନ ଭାବେ ନିର୍ମାଣ ହୋଇଥିବା ପିଚୁ ରାସ୍ତାର ପ୍ରାୟ ୭ କିଲୋମିଟର ଖୋଳି ଛାରଖାର କରିଦେଇଛନ୍ତି ।

ସୂଚନାନୁଯାୟୀ, ଗୋରଖପୁରର ସକୁନ୍ତଳା ସିଂହ ନାମକ ଜଣେ କଣ୍ଟ୍ରାକ୍ଟର ଏକ ରାସ୍ତା କାମ କରିଥିଲେ । ଏହି ରାସ୍ତାର ବଜେଟ ଥିଲା ୧୨ କୋଟି ଟଙ୍କା । ଫଳରେ ଲୋକାଲ ରାଜନେତା ଜଣକ ମୋଟା ଅଂକର ବଟି ଦାବି କରୁଥିଲେ । ଏମଏଲଏଙ୍କ ପ୍ରତିନିଧି ଏଥିପାଇଁ ମୋଟା ଅଂକର ବଟି ଦାବି କରିଥିବା ବେଳେ କଣ୍ଟ୍ରାକ୍ଟର ଜଣକ ବଟି ଦେବାକୁ ମନାକରିଥିଲେ ।

ଫଳରେ ଜଗବୀର ସିଂହ ନାମକ ଏହି ବ୍ୟକ୍ତି କିଛି ଲୋକଙ୍କ ସହ ଆସି ଜେସିବି ସାହାଯ୍ୟରେ ରାସ୍ତାକୁ ନଷ୍ଟ କରିବା ସହ ସେଠାରେ ଥିବା ମେସିନରେ ନିଆଁ ଲଗାଇ ଦେଇଥିଲେ । ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେବା ସହ ୧୫ ରୁ ୨୦ ଜଣଙ୍କ ନାମରେ ଏଫଆଇଆର୍‌ ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.