iPhone 12, iPhone 13 ଓ iPhone 14 ଉପରେ ମିଳୁଛି ଜବରଦସ୍ତ ଡିସକାଉଣ୍ଟ, ଆସୁଛି ଫ୍ଲିପକାର୍ଟର ବିଗ୍ ବିଲିୟନ୍ ଡେଜ୍ ସେଲ୍
ଆପଣ ବି ଫ୍ଲିପକାର୍ଟର ବିଗ୍ ବିଲିୟନ୍ ଡେଜ୍ ସେଲକୁ ଅପେକ୍ଷା କରିଛନ୍ତି । ତାହେଲେ ଆଉ ମାତ୍ର ୩ ଦିନ ରହିଲା ସବୁଠାରୁ ବଡ ସେଲ୍ ଆରମ୍ଭ ହେବାକୁ । ତାହେଲେ ଟିକେ ଧୈର୍ଯ୍ୟ ରଖନ୍ତୁ, କାହିଁକିନା ବିଭିନ୍ନ ପ୍ରଡକ୍ଟସ ବହୁତ କମ୍ ଦାମରେ ଅର୍ଥାତ୍ ଅଧା ଦାମରେ ଆପଣ ପାଇପାରିବେ ।
ଆପଣ ବି ଫ୍ଲିପକାର୍ଟର ବିଗ୍ ବିଲିୟନ୍ ଡେଜ୍ ସେଲକୁ ଅପେକ୍ଷା କରିଛନ୍ତି । ତାହେଲେ ଆଉ ମାତ୍ର ୩ ଦିନ ରହିଲା ସବୁଠାରୁ ବଡ ସେଲ୍ ଆରମ୍ଭ ହେବାକୁ । ତାହେଲେ ଟିକେ ଧୈର୍ଯ୍ୟ ରଖନ୍ତୁ, କାହିଁକିନା ବିଭିନ୍ନ ପ୍ରଡକ୍ଟସ ବହୁତ କମ୍ ଦାମରେ ଅର୍ଥାତ୍ ଅଧା ଦାମରେ ଆପଣ ପାଇପାରିବେ । ତାହା ପୁଣି ଆକର୍ଷଣୀୟ ଡିସକାଉଣ୍ଟ ସହିତ । ଆପଣଙ୍କ ଭଳି ଅନେକ ଲୋକ ବି ଅପେକ୍ଷା କରି ରହିଛନ୍ତି ଫ୍ଲିପକାର୍ଟର ବିଗ୍ ବିଲିୟନ୍ ଡେଜ୍ ସେଲକୁ । କାହିଁକିନା ପାର୍ବଣ ଋତୁରେ ସବୁ ଆଇଟମ୍ ଉପରେ ବହୁତ ଭଲ ଭଲ ଆକର୍ଷଣୀୟ ଅଫର ମିଳିଥାଏ । ଖାସ୍ କରି ସ୍ମାର୍ଟଫୋନ ୟୁଜର୍ସ ଏହି ସେଲକୁ ଅପେକ୍ଷା କରି ରହିଥାନ୍ତି କାହିଁକିନା ବ୍ୟାଙ୍କ ଅଫର୍ସ ସହିତ ଆହୁରି ଅନେକ ଡିସକାଉଣ୍ଟ ମଧ୍ୟ ମିଳିଥାଏ ଏହି ସେଲରେ ।
ବହୁତ ଜଣଙ୍କର ଇଚ୍ଛା ଥାଏ ଆଇଫୋନ ଧରିବାକୁ । କିନ୍ତୁ ଅଧିକ ଦାମ୍ କାରଣରୁ ଅନେକ ଲୋକଙ୍କ ଇଚ୍ଛା ସେହି ଇଚ୍ଛାରେ ହିଁ ରହିଯାଏ । କିନ୍ତୁ ଏବେ ଆଉ ଚିନ୍ତା ନାହିଁ, ଆପଣଙ୍କ ଆଇଫୋନ୍ ଧରିବା ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି । ଆଉ ଏବେ ଆସୁଛି ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କାହିଁକିନା iphone ୧୨, iphone ୧୩, iphone ୧୪ ମଡେଲକୁ ଆପଣ ବହୁତ କମ୍ ପ୍ରାଇସରେ ନିଜର କରିପାରିବେ ।
ତେବେ ଆପଣ ମାନଙ୍କ ମଧ୍ୟରୁ ଅନେକ ଲୋକ ଆଇଫୋନ୍ ୧୫ ଲଞ୍ଚ୍ ପରେ ପୂର୍ବ ଆଇଫୋନ୍ ମଡେଲ ଉପରେ ନଜର ରଖୁଥିବେ କାରଣ ସେଗୁଡିକର ଦାମ୍ ଉପରେ ବହୁତ ହ୍ରାସ ଘଟିଥିବ । ଯାହାଦ୍ୱାରା ବହୁତ ଟଙ୍କା ଆପଣଙ୍କର ବଞ୍ଚିଯିବ । ତେବେ ଆସନ୍ତୁ ଆଉ ଡେରି ନକରି ଜାଣିବା iphone ୧୨, iphone ୧୩ ଏବଂ iphone ୧୪ର ଦାମ୍ ବିଷୟରେ । ବର୍ତ୍ତମାନ ଏହାର ପ୍ରାଇସ୍ କେତେ ଅଛି ଆଉ ଡିସକାଉଣ୍ଟ ପରେ ଏହାର ପ୍ରାଇସ୍ କେତେ ଆସିଯିବ ।
iphone ୧୨ :
ସ୍ମାର୍ଟଫୋନରେ ୬.୧ ଇଞ୍ଚର ସୁପର ରେଟିନା ଏକ୍ସଡିଆର ଡିସପ୍ଲେ ରହିଛି । ଏହାସହିତ ଏହାକୁ ଏ ୧୪ବାୟୋନିକ ଚିପ୍ ଦ୍ୱାରା ସଞ୍ଚାଳିତ । ଏହା ଡୁଆଲ କ୍ୟାମେରା ସିଷ୍ଟମକୁ ସପୋର୍ଟ କରିଥାଏ, ଯେଉଁଥିରେ ୧୨ଏମପିର ମେନ୍ କ୍ୟାମେରା ରହିଛି । ଏହାସହ ଏଥିରେ ୧୨ ମେଗାପିକ୍ସେଲର ଟ୍ରୁଡେପ୍ଥ ଫ୍ରଣ୍ଟ କ୍ୟାମେରା ରହିଛି ।
ତେବେ କ୍ୟାଟେରୀ ବିଷୟରେ ଯଦି କଥା ହେବା ତାହେଲେ ଏଥିରେ ୧୭ ଘଣ୍ଟାର ଭିଡିଓ ପ୍ଲେବ୍ୟାକ୍ ମିଳିଥାଏ । ଆଇଫୋନ ୧୨ର ୬୪ଜିବି ମଡେଲର ଦାମ୍ ୪୯,୯୯୦ ଟଙ୍କା । ଯଦିଓ ଫ୍ଲିପକାର୍ଟ ଦ୍ୱାରା ଡିଲ ଦାମ୍ ଅନୁଯାୟୀ ଏହାର ଦାମ୍ ୩୮୯୯୯ ଟଙ୍କା ହୋଇଯିବ । ଏହା ବ୍ୟତୀତ ଆପଣ ବ୍ୟାଙ୍କ ଅଫର ଏବଂ ଏକ୍ସଚେଞ୍ଜ ଡିଲର ଲାଭ ମଧ୍ୟ ଉଠାଇପାରିବେ । ଯାହାପରେ ଏହି ଦାମ୍ ହ୍ରାସ ପାଇର୍ ହୋଇଯିବ ୩୨୯୯୯ ଟଙ୍କା ।
iphone ୧୩
ସ୍ମାର୍ଟଫୋନରେ ୬.୬ ଇଞ୍ଚର ସୁପର ରେଟିନା ଏକ୍ସଡିଆର ଡିସପ୍ଲେ ରହିଛି । ଏହା ପ୍ରୋସେସିଙ୍ଗ ପାଇଁ ଏ୧୫ ବାୟୋନିକ ଚିପସେଟ ଦ୍ୱାରା ସଞ୍ଚାଳିତ । ଏହି ସ୍ମାର୍ଟଫୋନକୁ ଥରେ ଚାର୍ଜ କରିବା ପରେ ୧୯ ଘଣ୍ଟା ପର୍ଯ୍ୟନ୍ତ ଭିଡିଓ ପ୍ଳେବ୍ୟାକ୍ ପ୍ରଦାନ କରିଥାଏ । ଏଥିରେ ଟ୍ରିପଲ କ୍ୟାମେରା ସେଟଅପ୍ ଦିଆଯାଇଛି । ଯେଉଁଥିରେ ମେନରେ ୧୨ ଏମପି, ୧୨ ମେଗାପିକ୍ସେଲର ୧୨ ଏମପି ଅଲଟ୍ରାଓ୍ଵାଇଟ କ୍ୟାମେରା କ୍ୟାମେରା ଏବଂ ଅପ୍ଟିକାଲ ଜୁମ୍ ବିଶିଷ୍ଟ ୧୨ ଏମପି ଟେଲିଫଟୋ କ୍ୟାମେରା ଦିଆଯାଇଛି । ସ୍ମାର୍ଟଫୋନର ଦାମ୍ ୫୯୯୯୦ ଟଙ୍କା ରହିଥିବାବେଳେ ଫ୍ଲିପକାର୍ଟ ବିଗ୍ ବିଲିୟନ୍ ଡେଜ୍ ସେଲ ସମୟରେ ବହୁତ କମିଯିବ ଏବଂ ଏହି ଫୋନକୁ ଆପଣ ବ୍ୟାଙ୍କ ଏବଂ ଏକ୍ସଚେଞ୍ଜରେ ଆଣିପାରିବେ ।
iphone ୧୪
ଏଥିରେ ୬.୧ ଇଞ୍ଚ୍ ସୁପର ରେଟିନା ଏକ୍ସଡିଆର ଡିସପ୍ଲେ ଦିଆଯାଇଛି । ଏହା ଏ୧୫ ବାୟୋନିକ ଚିପ୍ ଦ୍ୱାରା ସଞ୍ଚାଳିତ ଏବଂ ୬ଜିବି ରାମ ସହିତ ଆସିଥାଏ । ଏହା ୧୨ ମେଗାପିକ୍ସେଲ ଡୁଆଲ କ୍ୟାମେରା ସେଟ-ଅପ୍ ସହିତ ଆସିଥାଏ । ଫ୍ରଣ୍ଟରେ ସେଲ୍ଫି ପାଇଁ ୧୨ ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି । ସ୍ମାର୍ଟଫୋନର ଦାମ୍ ୬୯୯୦୦ ରହିଥିବାବେଳେ ଫ୍ଲିପକାର୍ଟ ବିଲିୟନ୍ ଡେଜ୍ ସେଲରେ ଏହାର ଭାରି ଡିସକାଉଣ୍ଟ ହେବାକୁ ଯାଉଛି । କିନ୍ତୁ କହିରଖିବାକୁ ଚାହିଁବୁ ଯେ ଇ-କମର୍ସ େଓ୍ଵବସାଇଟ ଏବେ ପର୍ଯ୍ୟନ୍ତ ଆଇଫୋନ୍ ୧୪ର ଡିସକାଉଣ୍ଟ ପ୍ରାଇସ୍ ବିଷୟରେ କୌଣସି ଖୁଲାସା କରିନାହିଁ ।
ତାହେଲେ ଜମା ବି କିଛି ଭାବନ୍ତୁନି, ଯଦି ଆପଣଙ୍କର ଫୋନ୍ ନିକଟରେ ଚୋରୀ ହୋଇଥାଏ କିମ୍ବା ହଜି ଯାଇଥାଏ ଆଉ ଆପଣ ଭାବୁଛନ୍ତି ନୂଆ ଫୋନ୍ ଗୋଟେ କିଣିବାକୁ । ତାହେଲେ ଆଉ ମାତ୍ର ୩ ଦିନ ରହିଯାନ୍ତୁ କାହିଁକିନା ଅକ୍ଟୋବର ୮ରୁ ହିଁ ଆରମ୍ଭ ହୋଇଯାଉଛି ଫ୍ଲିପକାର୍ଟର ବିଗ୍ ବିଲିୟନ୍ ଡେଜ ସେଲ୍ । ଯେଉଁଥିରେ ଆପଣ ଅଧା ଦାମରେ ପାଇପାରିବେ ସ୍ମାର୍ଟଫୋନ୍ । ବ୍ୟାଙ୍କ ଅଫର ସହିତ ଏକ୍ସଚେଞ୍ଜ୍ ଅଫରରେ ଅନେକ ଆକର୍ଷଣୀୟ ଡିସକାଉଣ୍ଟରେ ଆପଣ ପାଇପାରିବେ ଆଇଫୋନ୍ ।