କାନାଡାର ମାଇକ୍ ଜ୍ୟାକ୍ କରିଛନ୍ତି ଗିନିସ୍ ଓ୍ଵାର୍ଲ୍ଡ ରେକର୍ଡ, ୬ ମିନିଟ୍ ୪୯.୨୦ ସେକେଣ୍ଡରେ ଖାଇଲେ ୫୦ ଟି ରାଗ ଲଙ୍କା
ଲୋକମାନେ ଭିନ୍ନ ଭିନ୍ନ କାମ କରି ରେକର୍ଡ କରନ୍ତି । ତାହା ମଧ୍ୟରୁ କିଛି ରେକର୍ଡ ଏପରି ହୋଇଥାଏ, ଯାହାକୁ ଗିନିସ୍ ଓ୍ଵାର୍ଲ୍ଡ ରେକର୍ଡରେ ସାମିଲି କରାଯାଏ । ସମୟ ସମୟରେ ଏମିତି କିଛି ଅଦ୍ଭୁତ କାମ ଲୋକମାନେ କରି ଦେଖାଇ ଥାନ୍ତି ଯାହା ପାଇଁ ସେମାନଙ୍କର ନାମ ଗିନିସ୍ ଓ୍ଵାର୍ଲ୍ଡ ରେକର୍ଡ ରେ ସାମିଲ ହୋଇଥାଏ ।
ଲୋକମାନେ ଭିନ୍ନ ଭିନ୍ନ କାମ କରି ରେକର୍ଡ କରନ୍ତି । ତାହା ମଧ୍ୟରୁ କିଛି ରେକର୍ଡ ଏପରି ହୋଇଥାଏ, ଯାହାକୁ ଗିନିସ୍ ଓ୍ଵାର୍ଲ୍ଡ ରେକର୍ଡରେ ସାମିଲି କରାଯାଏ । ସମୟ ସମୟରେ ଏମିତି କିଛି ଅଦ୍ଭୁତ କାମ ଲୋକମାନେ କରି ଦେଖାଇ ଥାନ୍ତି ଯାହା ପାଇଁ ସେମାନଙ୍କର ନାମ ଗିନିସ୍ ଓ୍ଵାର୍ଲ୍ଡ ରେକର୍ଡ ରେ ସାମିଲ ହୋଇଥାଏ । ଏପରି କିଛି କରି ଦେଖାଇଛନ୍ତି କାନାଡାର ମାଇକ ଜ୍ୟାକ୍ । ହେଲେ ଆପଣ ଜାଣିଛନ୍ତି କି ମାଇକ ଜ୍ୟାକ୍ ଏପରି କଣ କରିଛନ୍ତି ? ଯେଉଁଥି ପାଇଁ ତାଙ୍କ ନାମ ଗିନିସ୍ ଓ୍ଵାର୍ଲ୍ଡ ରେକର୍ଡରେ ସାମିଲି କରାଗଲା ।
ଏହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଓ ଆପଣଙ୍କ ଆଖିରୁ ଲୁହ ଓ କାନରୁ ଧୁଆଁ ବାହାରିବ । ମାଇକ୍ ୬ ମିନିଟ୍ ୪୯.୨୦ ସେକେଣ୍ଡରେ ୫୦ଟି ରାଗ ଲଙ୍କା ଖାଇବାର ରେକର୍ଡ କରି ନିଜ ନାମ ଗିନିସ୍ ଓ୍ଵାର୍ଲ୍ଡ ରେକର୍ଡରେ ସାମିଲି କରିଛନ୍ତି ।
New record: Fastest time to eat 50 carolina reaper chilli peppers – 6 minutes and 49.20 seconds by Mike Jack 🇨🇦
He eventually went on to eat 135 peppers in this one sitting 🤯 pic.twitter.com/b5OxTBtbjd
— #GWR2024 OUT NOW (@GWR) September 26, 2023
ଦୁନିଆର ସବୁଠାରୁ ରାଗ ଲଙ୍କା କୋରେଲିନା ରିପର୍ସ ହୋଇଥାଏ । ସେହି ଲଙ୍କା ଲୋକଙ୍କୁ ଗୋଟିଏ ବି ଖାଇବା କାଠିକର ପାଠ ହୋଇଥାଏ । ହେଲେ ମାଇକ୍ ୬ ମିନିଟ୍ ୪୯.୨୦ ସେକେଣ୍ଡରେ ୫୦ଟି କୋରେଲିନା ରିପର୍ସ ଖାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଏହା ସହ ନିଜ ନାମ ଗିନିସ୍ ଓ୍ଵାର୍ଲ୍ଡ ରେକର୍ଡରେ ସାମିଲି କରିଦେଇଛନ୍ତି ।
ଖାଲି ସେତିକ ନୁହେଁ, ମାଇକ୍ ରେକର୍ଡ ଭାଙ୍ଗିବା ପରେ ମଧ୍ୟ ଗୋଟିଏ ସିଟିଂରେ ଆଉ ୮୫ଟି କୋରେଲିନା ରିପର୍ସ ଖାଇଥିଲେ । ଅର୍ଥାତ ସେ ଗୋଟିଏ ହିଁ ସିଟିଂରେ ୧୩୫ଟି ଲଙ୍କା ଖାଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ଏଭଳି ସେ କରିବେ ବୋଲି କେହି ଚିନ୍ତା ମଧ୍ୟ କରି ପାରି ନଥିଲେ । ସେ ଲଙ୍କା ଖାଇବା ସମୟରେ ତାଙ୍କ ଆଖିରୁ ଧାର ଧାର ଲୁହ ବାହାରୁ ଥିବା ଦେଖା ଯାଇଥିଲା । ତାଙ୍କର ରେକର୍ଡ କରିବାର ଏହି ନିଶା ମାଇକ୍ଙ୍କୁ ଶେଷରେ ଗିନିସ୍ ଓ୍ଵାର୍ଲ୍ଡ ରେକର୍ଡ ସଫଳତା ଦେଇଥିଲା ।