ଭଦ୍ରକ ପୌରାଞ୍ଚଳ ଯୁବ ବିଜେଡିର ନୂଆ ସଭାପତି ଆଶିଷ ଅମିତାଭ

ଭଦ୍ରକ : ଭଦ୍ରକ ପୌରାଞ୍ଚଳ ପାଇଁ ଯୁବ ବିଜେଡିର ନୂଆ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି । ନୂଆ ସଭାପତି ଭାବେ ଯୁବ ନେତା ତଥା ସୁ ସଂଗଠକ ଆଶିଷ ଅମିତାଭ ମହାପାତ୍ର (ପିଂକୁନୁ ) ନିଯୁକ୍ତ ହୋଇଛନ୍ତି । ତାଙ୍କୁ ରାଜ୍ୟ ଯୁବ ବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟ ନିଯୁକ୍ତି ଦେଇଛନ୍ତି । ତାଙ୍କୁ ନିଯୁକ୍ତି ମିଳିଥିବାରୁ ଭଦ୍ରକ ପୌରାଞ୍ଚଳର ଯୁବକମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

ତାଙ୍କ ନେତୃତ୍ୱରେ ଯୁବ ବିଜେଡି ସଂଗଠକ ଆହୁରି ଅଧିକ କ୍ରିୟା ଶୀଳ ଭଦ୍ରକ ପୌରାଞ୍ଚଳରେ ହେବ ବୋଲି ଯୁବ ସଂଗଠକମାନେ କହିଛନ୍ତି । ଏଥିପାଇଁ ଆଶିଷ ଅମିତାଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ଜିଲ୍ଲା ଯୁବ ବିଜେଡି ସଭାପତି ମୁକୁନ୍ଦ ଦେବ ସାମଲଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ଭଦ୍ରକ ପୌରାଞ୍ଚଳରେ ବିଜେଡି ଯୁବ ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ଲାଗି ସେ ଉଦ୍ୟମ କରିବେ ବୋଲି ଆଶିଷ ଅମିତାଭ ମହାପାତ୍ର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.