Below header

ଆମେରିକା ରୋଜେନ୍‌ବର୍ଗରେ ସ୍ଥାପନା ହେବେ ଶ୍ରୀ ବିଗ୍ରହ, ଭାଗ ନେବେ ଶହ ଶହ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର : ଆମେରିକାର ଟେକ୍ସାସ୍‌ ଅନ୍ତର୍ଗତ ରୋଜବର୍ଗଠାରେ ଆସନ୍ତାକାଲି ଉଭା ହେବେ ପ୍ରଭୁ ଶ୍ରୀଜଗନ୍ନାଥ । ଏଠାକାର ଶ୍ରଦ୍ଧାଭୂମିରେ କରାଯାଇଥିବା ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ସ୍ଥାପନା ହେବେ । ଏଥିପାଇଁ ସମସ୍ତ ପ୍ରକାର ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହେଉଥିବା ଅବସରରେ ରୋଜେନବର୍ଗରେ ଶ୍ରଦ୍ଧାଳୁମାନେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ସ୍ଥାପନା କରିବେ ।

ଏହି ଅବସରରେ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା, ବେଦ ପାଠ, ଜଗନ୍ନାଥ ଅଷ୍ଟକମ, ଦଶାବତାର ସହ ଆହେ ଦୟାମୟ… ଭଳି ଓଡ଼ିଆ ପ୍ରାର୍ଥନା ମଧ୍ୟ ବୋଲାଯିବ । ଭଜନ କୀର୍ତ୍ତନର ମଧ୍ୟ ଆୟୋଜନ କରାଯାଉଛି । ବିଶେଷ କରି ଏଠାରେ ରହୁଥିବା ପ୍ରବାସୀ ଓଡ଼ିଆ ବାସିନ୍ଦା ଏବଂ ଅନ୍ୟ ଧର୍ମର ଲୋକଙ୍କ ସହଯୋଗରେ ପ୍ରଭୁଙ୍କ ବିଗ୍ରହ ସ୍ଥାପନା କରାଯାଉଛି । ଆସନ୍ତାକାଲି ଭାରତୀୟ ସମୟ ପ୍ରାୟ ରାତି ସାଢ଼େ ୯ଟା ବେଳେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ଅନେକ ଭାରତୀୟ ମଧ୍ୟ ଅନ୍‌ଲାଇନ୍‌ରେ ଭାଗ ନେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.