ମୋଟାପଣ ଠାରୁ ଦୁରେଇ ରହିବାକୁ ଚାହୁଁଛନ୍ତି କି, ତେବେ ବର୍ଜନ କରନ୍ତୁ ଏହି ସବୁ ପରିବା

ଆଜିକା ସମୟରେ ଶାରୀରିକ ସୁସ୍ଥତା ପ୍ରତି ଧ୍ୟାନ ଦେବା ଜରୁରୀ ହୋଇପଡିଛି । ସଚେତନ ରହିଲେ ରୋଗ ପଖମାଡି ପାରେ ନାହିଁ । ଏବେକା ସମୟରେ ମେଦବହୁଳତା ସମସ୍ୟା ମୁଣ୍ଡ ଟେକିଛି । ଆଉ ମେଦବହୁଳତା ଲାଗି ରହିଲେ ଏହା ଭବିଷ୍ୟତରେ ଅନେକ ରୋଗ ପଛର ମୂଳ କାରଣ ପାଲଟି ପାରେ । ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ସୁଷମ ଆହାର ପ୍ରତି ଧ୍ୟାନ ଦେବା ଉଚିତ । ଏହା ସହ ଫାଷ୍ଟ ଫୁଡ ତଥା ଜଙ୍କ ଫୁଡ ଆଦିକୁ ଯେତେଦୂର ସମ୍ଭବ ଦୁରେଇ ଦେବା ଉଚିତ । ଏହା ସହ ଆଉ କିଛି ଦିଗ ପ୍ରତି ବି ସଚେତନ ହେବା ଉଚିତ । ପନିପରିବା ଶରୀର ପାଇଁ ଲାଭଦାୟୀ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ଏମିତି କିଛି ପନିପରିବା ଅଛି ଯାହା ଶରୀରର ମୋଟାପଣ ବଢ଼ାଇବାର ପ୍ରମୁଖ କାରଣ ହୋଇଥାଏ । ତେବେ ଆସନ୍ତୁ ସେ ବିଷୟରେ ଜାଣିବା:

ସ୍ଵିଟ କର୍ଣ୍ଣ:

ଯଦି ଆପଣ ନିୟମିତ ସ୍ଵିଟ କର୍ଣ୍ଣ ଖାଉଥାନ୍ତି । ତେବେ ସତର୍କ ହୋଇଯାନ୍ତୁ । ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହେବା ସହ ଓଜନ ବି ବଢ଼ାଇ ଦିଏ । ଏଥିରେ ପ୍ରଚୁର ପରିମାଣରେ ଥିବା ଷ୍ଟାର୍ଚ୍ଚ ରକ୍ତରେ ଶର୍କରା ମାତ୍ରାକୁ ବଢ଼ାଇ ଥାଏ । ଓଜନ କମ କରିବାକୁ ଚାହୁଁଥିଲେ ଏହାକୁ ବର୍ଜନ କରିବା ଉଚିତ ।

obesity

ଆଳୁ:

ଭାରତୀୟ ବ୍ୟଞ୍ଜନରେ ଆଳୁ ଏକ ସାଧାରଣ ପରିବା । ମାତ୍ରାଧିକ ଆଳୁ ସେବନ ମୋଟାପଣ ବୃଦ୍ଧିର ମୂଳ କାରଣ । ଆଳୁ ସହ ଗାଜର ବି ସୀମିତ ମାତ୍ରାରେ ସେବନ କରିବା ଉଚିତ ।

କୋବି:

ସ୍ୱାସ୍ଥ୍ୟ ପାଇଁ କୋବି ଓ ବ୍ରକୋଲି ଖୁବ ଲାଭକାରୀ । କିନ୍ତୁ ଏହାର ମତ୍ରାଧିକ ସେବନ ଶରୀର ଉପରେ କୁପ୍ରଭାବ ପକାଇବା ସହ ଓଜନ ବଢ଼ାଇ ପାରେ ।କୋବି ଏସିଡ଼ିଟି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ ।

obesity  ପ୍ୟାକିଂ ସାଲାଡ଼:

ସାଲାଡ ଶରୀର ପାଇଁ ଅମୃତ ସମାନ ହୋଇଥାଏ । କିନ୍ତୁ ପ୍ୟାକିଂ ସାଲାଡ ଶରୀର ପାଇଁ କ୍ଷତିକାରୀ । ବାହାରୁ ମଗାଯାଇଥିବା ସାଲାଡ ଯେତେ ଦୂର ସମ୍ଭବ କମ ଖାଇବା ଉଚିତ । ଏଥିରେ ଥିବା ଅଧିକାଂଶ ପରିବା ଶରୀରରେ ଟ୍ରାନସଫ୍ୟାଟ ପରିମାଣ ବଢ଼ାଇ ଥାଏ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.