ଏଠାରେ କୁକୁର ଓ ବିଲେଇ ବି କରନ୍ତି ରକ୍ତଦାନ‌, ପ୍ରତି ବର୍ଷ ରକ୍ଷା କରାଯାଉଛି ଅନେକ ଜୀବନ

ଆପଣ କେବେ ନା କେବେ ରକ୍ତ ଦାନ ନିଶ୍ଚୟ କରିଥିବେ କିମ୍ବା ଏହା ବିଷୟରେ ଶୁଣିଥିବେ ନିଶ୍ଚୟ। ଆପଣ ଜାଣିଥିବେ ଯାହାକୁ ବି ରକ୍ତର ଆବଶ୍ୟକ ପଡେ ସେ ତୁରନ୍ତ ବ୍ଲଡ୍‌ ବ୍ୟାଙ୍କ୍‌ ଯାଆନ୍ତି। ଦେଶରେ ଅନେକ ବ୍ଲଡ୍‌ ବ୍ୟାଙ୍କ୍‌ ରହିଛି, ଯେଉଁଥିରେ ଆପଣ ରକ୍ତ ଦାନ କରି ଅନ୍ୟର ଜୀବନ ବଞ୍ଚାଇପାରିବେ। ଆପଣ ମଣିଷଙ୍କୁ ରକ୍ତ ଦାନ କରୁଥିବାର ଶୁଣିଥିବେ, କିନ୍ତୁ କ’ଣ ଆପଣ କେବେ ଶୁଣିଛନ୍ତି କୁକୁର ଏବଂ ବିଲେଇ ମଧ୍ୟ ରକ୍ତ ଦାନ କରୁଥିବାର କଥା?

ଆଜ୍ଞା ହଁ, ଦୁନିଆରେ ଏମିତି ଅନେକ ଦେଶ ଅଛି, ଯେଉଁଠି ‘ପେଟସ୍‌ ବ୍ଲଡ ବ୍ୟାଙ୍କ’ (Pets Blood Bank) ତିଆରି ହୋଇଛି। ଏଠାରେ କୁକୁର ଏବଂ ବିଲେଇଙ୍କର ରକ୍ତ ମିଳିଥାଏ। ଯେତେବେଳେ ବି କୌଣସି କୁକୁର ଏବଂ ବିଲେଇ ଗୁରୁତର ଆଘାତ ପାଇଥାନ୍ତି ଏବଂ ତାଙ୍କୁ ରକ୍ତର ଆବଶ୍ୟକ ପଡିଥାଏ ସେତେବେଳେ ଏହି ବ୍ଲଡ ବ୍ୟାଙ୍କ୍‌ କାମରେ ଆସିଥାଏ।

dogକୁକୁର- ବିଲେଇଙ୍କର ବି ଥାଏ ବ୍ଲଡ୍‌ ଗ୍ରୁପ୍‌

ମଣିଷଙ୍କ ଭଳି କୁକୁର ଏବଂ ବିଲେଇଙ୍କର ମଧ୍ୟ ଅଲଗା ଅଲଗା ବ୍ଲଡ ଗ୍ରୁପ ରହିଥାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କୁକୁରଙ୍କର ୧୨ ପ୍ରକାର ବ୍ଲଡ୍‌ ଗ୍ରୁପ୍‌ ରହିଛି। ସେହିପରି ବିଲେଇଙ୍କର ୩ ପ୍ରକାର ବ୍ଲଡ ଗ୍ରୁପ୍‌ ରହିଛି।

ଆମେରିକାର ଡିକ୍ସନ, ଗାର୍ଡନ ଗ୍ରୋଭ ସହର ବ୍ୟତୀତ ଷ୍ଟକବ୍ରିଜ୍‌, ଭର୍ଜିନିୟା, ବ୍ରିଷ୍ଟୋ ସମେତ ନର୍ଥ ଆମେରିକାର ଅନେକ ସହରରେ ‘ପେଟସ୍‌ ବ୍ଲଡ ବ୍ୟାଙ୍କ’ ରହିଛି। ଆମେରିକା ବ୍ୟତୀତ ବ୍ରିଟେନର ଅନେକ ସହରରେ ପେଟସ୍‌ ବ୍ଲଡ୍‌ ବ୍ୟାଙ୍କ ରହିଛି। ଏହି ପେଟ୍ସ ବ୍ଲଡ ଡୋନେଟ୍‌ କରିବା ପ୍ରକ୍ରିୟାରେ ୩୦ ମିନିଟ୍‌ ସମୟ ଲାଗିଥାଏ।

ସଚେତନତାବାର୍ତ୍ତା ଦେବା ଜରୁରୀ

ଏକ ରିପୋର୍ଟ ମୁତାବକ ସାରା ଦୁନିଆରେ ଏବେ କେବଳ ଆମେରିକା ଏବଂ ବ୍ରିଟେନର ଲୋକମାନେ ହିଁ ପେଟ୍ସ ବ୍ଲଡ୍‌ ବ୍ୟାଙ୍କକୁ ନେଇ ସଚେତନ ଅଛନ୍ତି। ଏହିପରି ଅନ୍ୟ ଦେଶରେ ମଧ୍ୟ ସଚେତନତା ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.