୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବୋଲଗଡ଼ ଥାନା ଏଏସଆଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଖୋର୍ଦ୍ଧା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବୋଲଗଡ଼ ଥାନା ଏଏସଆଇ। ବୋଲଗଡ଼ ଥାନା ଏଏସଆଇ ଭଗବାନ ସ୍ବାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ମାଡ଼ିବସିଥିଲା।

ରିପୋର୍ଟ ମୁତାବକ, ଜଣେ ବ୍ୟକ୍ତିଙ୍କ ଠାରୁ ତାଙ୍କ ପୁଅ ଓ ତାର ସହଯୋଗୀଙ୍କ ନାଁରେ ଥିବା ଏକ ମାମଲାର ରଫାଦଫା ଲାଗି ପୋଲିସ ବାବୁ ୬ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ତାପରେ ଯୋଜନାବଦ୍ଧ ଭାବେ ବୋଲଗଡ଼ ଥାନା ଏଏସଆଇ ଭଗବାନ ସ୍ବାଇଁଙ୍କୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଧରି ଥିଲା। ତାଙ୍କଠାରୁ ୬ ହଜାର ଟଙ୍କା ଜବତ କରାଯାଇଥିବା ନେଇ ଜଣାଯାଇଛି।

Also Read: ବାରବାଟୀ ବ୍ୟାଟଲ: ବିନା ମାସ୍କରେ ଷ୍ଟାଡିୟମ୍‌ରେ ପ୍ରବେଶ କରିପାରିବେନି ଦର୍ଶକ, ନଜର ରଖିବେ K-9 ସ୍କ୍ଵାର୍ଡ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.