୫ ଜିଲ୍ଲାର ୪୧୬ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟର ଶେଷ ଦିନରେ ୫ଟି ଜିଲ୍ଲାର ୪୧୬ଟି ସ୍କୁଲ ଲୋକାର୍ପିତ ହୋଇଛି। ଦୁଇଟି ପର୍ଯ୍ୟାୟରେ ୩ ହଜାର ୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୦୭୫ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୯୦୬ଟି ସ୍କୁଲ ରୂପାନ୍ତରିତ ହୋଇଛି।

ଆଜି କୋରାପୁଟ ଜିଲ୍ଲାର ୯୫ଟି ହାଇସ୍କୁଲ, ଗଜପତିର ୩୧ଟି, ସମ୍ବଲପୁରର ୪୦ଟି, ବଲାଙ୍ଗିରର ୧୦୦ଟି ଓ ଯାଜପୁର ଜିଲ୍ଲାର ୧୫୦ଟି ହାଇସ୍କୁଲର ଲୋକର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ଅବସରରେ ପିଲାଙ୍କ ଭିତରେ ଭବିଷ୍ୟତ ଓଡ଼ିଶାର ଝଲକ ଦେଖି ପାରୁଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ପିଲାଙ୍କ ସହ ଆଲୋଚନା ସମୟରେ ଛାତ୍ରଛାତ୍ରୀମାନେ କହିଥିଲେ, ସ୍କୁଲଗୁଡିକ ଏବେ ଉତ୍କର୍ଷର କେନ୍ଦ୍ର ହୋଇ ପାରିଛି।

Also Read: ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବୋଲଗଡ଼ ଥାନା ଏଏସଆଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.